ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦେଓବନ୍ଧ ଗାଁରେ ଗତକାଲି ବିଳମ୍ବିତ ରାତିରେ ୩୦ରୁ ଊର୍ଧ୍ବ ମାଓବାଦୀ ଏଠାରେ ଥିବା ଗୋଟିଏ କେନ୍ଦୁପତ୍ର ଗୋଦାମରେ ନିଆଁ ଲଗାଇ ଦେଇଥିଲେ। ମାଓବାଦୀମାନେ ଚାଲିଯିବା ପରେ ଚନ୍ଦାହାଣ୍ଡି କେନ୍ଦୁ ଲିଫ୍ ବିଭାଗ ଗାର୍ଡ କୃଷ୍ଣଚନ୍ଦ୍ର ପୂଜାରୀ, ଦଣ୍ଡାମୁଣ୍ଡା ଫରେଷ୍ଟର ସନ୍ତୋଷ କୁମାର ଶିରା ଓ ରାତ୍ର ଜଗୁଆଳି ଘାସିରାମ ପୁଞ୍ଜି ଘଟଣା ସଂପର୍କରେ ବିଭାଗୀୟ ରେଂଜର ଚକ୍ରଧର ରାନୁଙ୍କୁ ଅବଗତ କରାଇଥିଲେ। ପରେ ଶ୍ରୀ ରାନୁ ଏନେଇ ପୁଲିସ ଓ ବିଏସଏଫ ଯବାନଙ୍କୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ରାତି ପ୍ରାୟ ୨ଟାରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଅନ୍ୟପଟେ ଏହି ଗୋଦାମର ୯ଟି ଗୃହରେ ୭୫୯୬ବସ୍ତାରେ ଥିବା ପ୍ରାୟ ୧କୋଟି ୯୧ଲକ୍ଷ ୧୫ହଜାର ଟଙ୍କା କେନ୍ଦୁପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦୁ ଲିଫ୍ ଫରେଷ୍ଟର ସନ୍ତୋଷ କୁମାର ଶିରା ଏନେଇ ଚନ୍ଦାହାଣ୍ଡି ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରିଛି। ଚନ୍ଦାହାଣ୍ଡି ବ୍ଲକରେ ପ୍ରଥମ ଥର ପାଇଁ ମାଓବାଦୀ ଏଭଳି ବଡ଼ ଧରଣର ଅଘଟଣ ଘଟାଇଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।
୨ କୋଟି ଟଙ୍କାର କେନ୍ଦୁପତ୍ର ପୋଡ଼ିଦେଲେ ମାଓବାଦୀ
/sambad/media/post_attachments/wp-content/uploads/2019/06/ngp-chanda-mao-hamala-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)