ନବରଙ୍ଗପୁରରେ ମାଓ ବ୍ୟାନର, ଏକ ଦିବସୀୟ ବନ୍ଦ ପାଳନ ପାଇଁ ଡାକରା

ପ୍ରଭାବହୀନ ବନ୍ଦ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଟିମନପୁର ପଂଚାୟତର ଖାଲେପାରାଠାରେ ଆଜି ଭୋର ୫ଟା ସମୟରେ ଏକ ମାଓ ବ୍ୟାନର ମରାଯାଇଥିବା ଦେଖିବାକୁ ମିଳିଥିଲା l ଆଜି ଏକ ଦିବସୀୟ ବନ୍ଦ ପାଳନ ପାଇଁ ବି ଡାକରା ଦିଆଯାଇଛି l ତେବେ ସେହି ଜିଲ୍ଲାରେ ବନ୍ଦର କୌଣସି ପ୍ରଭାବ ପଡ଼ି ନଥିବା ଜଣାଯାଇଛି।
କେନ୍ଦ୍ରର ବିଜେପି ସରକାର ଏବଂ ଓଡ଼ିଶାର ନବୀନ ସରକାରଙ୍କ ମାଓବାଦୀ ଦମନ ନୀତିକୁ ବିରୋଧ କରି ଏହି ବ୍ୟାନର ମରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି | ମୁଖ୍ୟତଃ ଛତିଶଗଡର କାଙ୍କେର, ଧମତରୀ,ଗରିଆବନ୍ଧ ଏବଂ ଓଡ଼ିଶାର ନୂଆପଡ଼ା ଅଞ୍ଚଳରେ ବି ବନ୍ଦ ପାଳନ ପାଇଁ ଏହି ବ୍ୟାନରରେ ଉଲ୍ଲେଖ କରାଯାଇଛି |

ସରକାରଙ୍କ ଫାଶୀବାଦ ଶାସନ, ମାଓ ଦମନ ଅଭିଯାନକୁ ବିରୋଧ କରି ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ୍ ଏହି ବନ୍ଦ ଡାକରା ଦେଇଥିବା ଜଣାଯାଇଛି। ଏହି ମାଓ ବ୍ୟାନର ଛତିଶଗଡ ମୈନପୁର ଡିଭିଜନ ପକ୍ଷରୁ ମରାଯାଇଥିବାର ସୂଚନା ମିଳିଛି l ତେବେ ମାଓବାଦୀଙ୍କ ଓଡ଼ିଶା, ପୂର୍ବ ଛତିଶଗଡ଼ ବନ୍ଦ ଡାକରାର ପ୍ରଭାବ ରାୟଗଡା ଜିଲାରେ ପଡ଼ିଛି।

ସମ୍ବନ୍ଧିତ ଖବର