ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଏକ ମାଓ ପ୍ରବଣ ଅଂଚଳ ଭାବେ ପରିଚିତ ଥିବାବେଳେ ପୁଣି ଥରେ ଏହି ଅଂଚଳରେ ମାଓ ବ୍ୟାନର ଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଲାଞ୍ଚ ନେଇ ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ଆଣି ମାଓବାଦୀ ପ୍ରଥମ ଥର ଡାକ୍ତରଙ୍କୁ ବ୍ୟାନର ଓ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛନ୍ତି।

Advertisment

publive-image

ହାଟଭରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଅଧିକାରୀ ଡାକ୍ତର ସତ୍ୟରଞ୍ଜନ ସାହୁ ଓ କିରାଣି ଗୋବିନ୍ଦ ସରକାର ବିଭିନ୍ନ ସମୟରେ ଗର୍ଭବତୀ ମହିଳାଙ୍କ ଠାରୁ ୫ ଶହରୁ ଏକ ହଜାର ଟଂକା ଓ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ ପାଇଁ ହଜାର ହଜାର ଟଙ୍କା ଆଦାୟ କରି ନିରୀହ ଜନସାଧାରଣଙ୍କୁ ଶୋଷଣ କରୁଥିବା ଅଭିଯୋଗ କରି ତୁରନ୍ତ ଜନ ଅଦାଲତରେ ହାଜର ହେବାକୁ ମାଓବାଦୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ସହିତ ଏଥିରେ ଅବମାନନା କରିଲେ ଦୁହିଁଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।

publive-image

ପ୍ରକାଶ ଥାଉକି ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ହେଉଥିବା ବେନିୟମ କାମ ଓ ଅବ୍ୟବସ୍ଥାକୁ ନେଇ ନକ୍ସଲ ପ୍ରତିକ୍ରିୟାଶୀଳ ହୋଇପଡିଛି। ଡାକ୍ତର ସତ୍ୟ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶ କ୍ରମେ କିରାଣି ଗୋବିଂଦ ସରକାର ବିଭିନ୍ନ କାମ ପାଇଁ ନିରୀହ ରୋଗୀ ମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ କରି ମାଓବାଦୀ ଆଜି କୁନ୍ଦେଇ ଓ ହାଟଭରାଣ୍ଡି ଅଞ୍ଚଳରେ ବ୍ୟାନର ଓ ଲିଫ୍‌ଲେଟ୍‌ ମାରି ପ୍ରତିବାଦ ଜାଣିଛନ୍ତି। ଏହି ବ୍ୟାନର ଓ ଲିଫ୍‌ଲେଟ୍‌ ଗୁଡ଼ିକୁ ପୃଥକ ପୃଥକ ଭାବେ ମୈନପୁର ଡିଭିଜନ ପକ୍ଷରୁ ମରାଯାଇଥିବା ବେଳେ କୁନ୍ଦେଇ ପୁଲିସ ପକ୍ଷରୁ ଗୁରୁବାର ସକାଳ ୮ ଟା ସମୟରେ ସମସ୍ତ ବ୍ୟାନର ଓ ଲିଫ୍‌ଲେଟ୍‌ ଜବତ କରିଥିବା ଜଣାପଡିଛି।