ନୂଆପଡ଼ା : ଅନେକ ଦିନର ବ୍ୟବଧାନ ପରେ ନୂଆପଡ଼ା ଜିଲ୍ଲାରେ ପୁଣି ମାଓବାଦୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କୁନ୍ଦେନଝରନ ଗାଁ ପାଟଦରା ସଂରକ୍ଷିତ ଜଙ୍ଗଲରେ ଗୁରୁବାର ମାଓକ୍ୟାମ୍ପ ଠାବ ହୋଇଛି। ନୂଆପଡ଼ା ୨୧୬ ବାଟାଲିୟନ୍‌ ସିଆରପିଏଫ ପକ୍ଷରୁ କ୍ୟାମ୍ପ ଠାବ କରାଯାଇଛି। ଯବାନଙ୍କୁ ଦେଖି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ।

Advertisment

publive-image

ସଂରକ୍ଷିତ ଜଙ୍ଗଲରେ ମାଓକ୍ୟାମ୍ପ ଥିବାନେଇ ସିଆର୍‌ପିଏଫକୁ ସୂଚନା ମିଳିଥିଲା। ସିଆରପିଏଫ ୨୧୬ କମାଣ୍ଡାଣ୍ଟ୍‌ ରାଜେଶ ବତ୍ସଙ୍କ ନେତୃତ୍ବରେ ଯବାନ ମାନେ ବୁଧବାର କୁନ୍ଦେନଝରନ ଗାଁ ପାଟଦର ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଆରମ୍ଭ କରିଥିଲେ। ସୂଚନା ପାଇ କ୍ୟାମ୍ପରୁ ମାଓବାଦୀ ପଳାଇଥିଲେ। ଯବାନମାନେ କ୍ୟାମ୍ପରୁ ୫ଟି ବନ୍ଧୁକ, ୩୬ଟି ଡିଟୋନେଟର, ବମ୍ ଗନ୍‌ ଗୋଟିଏ, ୨୫ଟି ଜିଲେଟିନ୍, ବହୁ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ। ମାଓବାଦୀ ବ୍ୟବହାର କରୁଥିବା ବହୁ ଜିନିଷ ଜବତ ହୋଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ଏହି ସାମଗ୍ରୀ ଗୁଡ଼ିକ ସିଆର୍‌ପିଏଫ କ୍ୟାମ୍ପରେ ପହଞ୍ଚିନଥିଲା।

ସୂଚନାଥାଉ କି, ଗତ ୩ ଦିନ ତଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଛତିଶଗଡ଼ର ଜଣେ ଵାଚରଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ।