ଦେବଗଡ଼ରେ ମାଓ କ୍ୟାମ୍ପ ଠାବ, ସାମଗ୍ରୀ ଜବତ : ଖସି ପଳାଇଲା ଅନମୋଲ

ଦେବଗଡ଼ : ବେଶ୍‌ କିଛି ଦିନର ନିରବତା ପରେ ପୁଣି ଦେବଗଡ଼ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଦେଖାଦେଇଛି। ପୁଲିସର ଲଗାତାର କମ୍ବିଂ ଫଳରେ ଏହି ଜିଲ୍ଲାରେ ଲାଲବାହିନୀ ଏକପ୍ରକାର ଭୁଶୁଡ଼ି ପଡ଼ିଥିଲା। ଏବେ ଜିଲ୍ଲାର ବାରକୋଟ ବ୍ଲକ କେଲଡା ପଞ୍ଚାୟତର ଚାପବାହାଳ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରୁ ପୁଲିସ କମ୍ବିଂ ଅପରେସନ ସମୟରେ ମାଓ କ୍ୟାମ୍ପ ଠାବ କରଛିି। ପୁଲିସ ଓ ଡିଭିଏଫର କମ୍ବିଂ ଅପରେସନ ପରେ ମାଓବାଦୀମାନେ ଉକ୍ତ ସ୍ଥାନରୁ ଛତ୍ରଭଙ୍ଗ ଦେଇଥିବାବେଳେ ମାଓ ସାମଗ୍ରୀ ଜବତ କରାଯାଇଛି। କ୍ୟାମ୍ପରେ ୮ରୁ ୧୦ଜଣ ଥିବା ପୁଲିସ ସନ୍ଦେହ କରୁଛି। ଏହି କ୍ୟାମ୍ପ ଏସ୍‌ଡିଏସସ୍‌ (ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼) ଡିଭିଜନର ଅନମୋଲ ସମରଜୀଙ୍କ ନେତୃତ୍ୱରେ ଚାଲିଥିବା ଏବଂ ସେ ଖସି ପଳାଇଥିବା ଡେପୁଟି କମାଣ୍ଡାଣ୍ଟ ଲକ୍ଷ୍ମଣ ସିଂ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର