ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ପାହାଡ଼ପଦର ସଂରକ୍ଷିତ ଜଙ୍ଗଲର କାଞ୍ଚନମୁହିଁ ଗାଁ ନିକଟରେ ଏକ ମାଓକ୍ୟାମ୍ପ ଠାବ କରାଯାଇଛି। ଏସ୍ଓଜି ଯବାନଙ୍କ କମ୍ବିଂ ଅପରେସନ ସମୟରେ ଏହି କ୍ୟାମ୍ପ ଠାବ ହୋଇଥିଲା। କୌଶଳକ୍ରମେ ମାଓବାଦୀମାନେ କ୍ୟାମ୍ପ ଛାଡ଼ି ଖସି ଯାଇଥିଲେ। ସର୍ଚ୍ଚ ଅପରେସନ ପରେ ଉକ୍ତ କ୍ୟାମ୍ପରୁ ମାଓବାଦୀମାନେ ବ୍ୟବହାର କରୁଥିବା ୨ଟି କିଟ୍ ବ୍ୟାଗ, ହଳେ ମାଓବାଦୀ ପୋଷାକ, ସାଧାରଣ ପୋଷାକ, ୨ଟି ଆଇଡି, ୧୫ ମିଟର ତାର, ୯ଟି ଡିଟୋନେଟର, ଗୋଟିଏ କମ୍ବଳ, ଔଷଧ, ଗୋଟିଏ ଟିଫିନ କ୍ୟାରିୟର, ବାସନକୁସନ, ଗୋଟିଏ ପ୍ଲାଷ୍ଟିକ ପାଣିଜାର, ୩ଟି ପ୍ଲାଷ୍ଟିକ ବାଲ୍ଟି, ୨ଟି ନାଇଲନ ବେଲ୍ଟ, ମାଓ ପୁସ୍ତିକା ଜବତ କରାଯାଇଛି। ଘଟଣାସ୍ଥଳରେ ପୁଲିସ୍ର କମ୍ବିଂ ଅପରେସନ ଓ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସ୍ପି ଅଭିଳାଷ ଜି. ସୂଚନା ଦେଇଛନ୍ତି।
କାଞ୍ଚନମୁହିଁ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ
/sambad/media/post_attachments/wp-content/uploads/2022/12/kalahandi-mao.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)