ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମାରୁ ମାଓ କମାଣ୍ଡର ଗିରଫ

ମାଲକାନଗିରି : ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ମିଳିଛି ସଫଳତା। ଜଣେ ମାଓ ଏଲଓସି କମାଣ୍ଡରକୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ଗତକାଲି ତୋଙ୍ଗପାଲୀ ଥାନା ଅଂଚଳରୁ ଜିଲ୍ଲା ପୁଲିସ ସିଆରପିଏଫ ଯବାନ କୁମ୍ବିଂ ପାଇଁ କନକାପାଲ, ଦାମନକୋଣ୍ଟା, ଚିଉରବାଡା ଗ୍ରାମ ନିକଟସ୍ଥ ଜଂଗଲକୁ ଯାଇଥିଲେ। ଜଂଗଲରେ ମାଓ କମାଣ୍ଡର ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଯବାନମାନେ ଜଂଗଲକୁ ଘେରି ଜଣେ ସଂନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଥିଲେ। ପଚରାଉଚରା କରିବା ପରେ ସେ ଏଲଓସି କମାଣ୍ଡର ବଂଜାମ ଭୀମା ବୋଲି କହିଥିଲା। ପୁଲିସ ଉପରେ ଗୁଳି ଚଳାଇବା, ରାସ୍ତା ଖୋଳିବା, ବୋମା ଖଞ୍ଜିବା, ହତ୍ୟା ଭଳି ବହୁ ମାମଲା ଭୀମା ନାଁରେ ରହିଛି। ଆଜି ଗିରଫ ନକ୍ସଲକୁ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର