ମାଓ ସଂଗଠନ ସହ ୧୩ ବର୍ଷର ସଂପର୍କ ଶେଷ କଲେ ଦଂପତି, ପୁଲିସ ନିକଟରେ କଲେ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ୧୦ ଲକ୍ଷ ଟଙ୍କା ଘୋଷିତ ଜଣେ ମାଓବାଦୀ ନିଜ ପତ୍ନୀଙ୍କ ସହ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଡିଆଇଜି କମଳଲୋଚନ କଶ୍ୟପ, ଏସପି ଆଞ୍ଜନେୟ ବେଷ୍ଣୟ ଏବଂ ସିଆରପିଏଫର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତରେ ଲାଲୁ ମଡିଆମି ନାମକ ଦୁର୍ଦାନ୍ତ ନକ୍ସଲ ଏବଂ ତାଂକ ପତ୍ନୀ ଆତ୍ମସମର୍ପଣ କରିଥିଲେ।

ଉଭୟ ପତି ଓ ପତ୍ନୀ ଦୀର୍ଘ ୧୩ ବର୍ଷ ଧରି ଲାଲୁ ମାଓ ସଂଗଠନରେ କାର୍ଯ୍ୟ କରୁଥିଲେ। ସେମାନେ ପ୍ରାୟ ୧୨ଟି ବଡ ବଡ ହିଂସାରେ ସେ ସାମିଲ ଥିବା ପୁଲିସ କହିଛି। ୨୦୦୯ ମସିହାରେ ଲାଲୁ ମାଓ ସଂଗଠନରେ ସାମିଲ ହୋଇଥିଲା। ଧିରେ ଧିରେ ସେ ପଦୋନ୍ନତି ପାଇ କମାଣ୍ଡର ବନିଯାଇଥିଲା। ୨୦୨୧ ମସହିା ବେଳକୁ ସେ ଛତିଶଗଡ଼, ଓଡ଼ିଶା, ବିହାର ଏବଂ ଝାରଖଣ୍ଡର ସମସ୍ତ କାର୍ଯ୍ୟଭାର ସମ୍ଭାଳୁଥିଲା। ସଂଗଠନ ଛାଡିବା ପଛରେ ମାଓନେତ୍ରୀଙ୍କ ସହ ଭଲପାଇବା ଥିଲା। ସେ ମାଓନେତ୍ରୀଙ୍କୁ ଭଲ ପାଇ ତାଂକ କଥାରେ ସେ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ପୁଲିସ ତରଫରୁ ଲାଲୁଙ୍କୁ ୧୦ ହଜାର ଟଂକା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି। ଲାଲୁର ଆତ୍ମସମର୍ପଣରେ ସଂଗଠନ ଏକ ପ୍ରକାର ଦୁର୍ବଳ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର