ମାଲକାନଗିରି: ବିଏସଏଫକୁ ମିଳିଛି ପୁଣି ସଫଳତା। ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ଥାନା ଅଂଚଳର ଭେଜେଙ୍ଗଵାଡା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓ ଡମ୍ପ ଉଦ୍ଧାର କରିଛି।ବଡିଗେଟା ବିଏସଏଫ କ୍ୟାମ୍ପ ଠାରୁ ମାତ୍ର ୯ କିଲୋମିଟର ଦୁରରେ ଥିବା ଦୁଲାଗଣ୍ଡି ଗ୍ରାମ୍ୟ ଜଂଗଲରେ ପଥରଗୁଡିକ କୋଣରେ ମାଓବାଦୀ ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ। ମାଓବାଦୀ ଲୁଚାଇ ରଖିଥିବା ମାଓ ସାମଗ୍ରୀ ମଧ୍ୟରୁ ଏସବିଏମଏଲ ବନ୍ଧୁକ,୧୨୫ଟି ଜିଲଟିନ ଷ୍ଟିକ, ସୋଲାର ପ୍ଲେଟ, ବିଦ୍ୟୁତ ତାର, ବ୍ୟାଟେରି, ଔଷଧ, ସାଲାଇନ ବୋତଲ ଇତ୍ୟାଦି ଜବତ କରାଯାଇଛି।

Advertisment

ତେବେ ଏହି ବିସ୍ଫୋରକଗୁଡିକ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏଠାରେ ଲୁଚାଇ ରଖିଥିବା ବିଏସଏଫ କହିଛି। ଏହି ଅଂଚଳ ସଂପୂର୍ଣ୍ଣ ଭାବେ ନକ୍ସଲଙ୍କର କବଜାରେ ରହିଥିଲା। ତେବେ ବିଏସଏଫ କ୍ୟାମ୍ପ ଏଠାରେ ଅବସ୍ଥାପିତ ହେବା ପରେ ନକ୍ସଲ ପଛଘୁଞ୍ଚା ଦେଇଥିଲେ। ତେବେ ବିଏସଏଫର ଲଗାତାର ସର୍ଚ୍ଚ ଅପରେସନରେ ସଫଳତା ମିଳି ଚାଲିଛି।