ସ୍ୱାଭିମାନ ଅଂଚଳ ଗୋରାସେତୁ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଚିତ୍ରକୋଣ୍ଡା: ମାଲକାନଗିିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକର ସ୍ୱାଭିମାନ ଅଂଚଳରେ ସୁରକ୍ଷା କର୍ମୀଙ୍କୁ ମିଳିଛି ଗୋଟିଏ ପରେ ଗୋଟିଏ ସଫଳତା ।  ଜାନୁଆରି ୨୬କୁ ଆଖି ଆଗରେ ରଖି ପୁଲିସ ଓ ବିଏସ୍‌ଏଫ୍‌ ତରଫରୁ ସ୍ୱାଭିମାନ ଅଂଚଳରେ କୁମ୍ବି ଅପରେସନକୁ  ଜୋରଦାର କରାଯାଇଛି ।

ସୂଚନାନୁଯାୟୀ ଚିତ୍ରକୋଣ୍ଡା ବ୍ଲକ ପଣସଫୁଟ ପଂଚାୟତ ଅନ୍ତର୍ଗତ ଗୋରାସେତୁ ନିକଟସ୍ଥ ମାଟିଖାଲ ଜଙ୍ଗଲରୁ ସ୍ଥାନୀୟ ବିଏସ୍‌ଏଫ୍‌ ମାଓବାଦୀଙ୍କ ଦ୍ବାରା ଜଙ୍ଗଲରେ ଲୁଚା ଯାଇଥିବା ମାଓ ପୁସ୍ତିକା, ମାଓ ପୋଷାକ, ବିପୁଳ ପରିମାଣର ବୋମା ତିଆରି କରିବା ସାମଗ୍ରୀ, ଓ ତାର ଜବତ କରିଛି।  ସେଠାରେ କାର୍ଯ୍ୟରତ ନବମ ବାଟାଲିୟନର  ବିଏସ୍‌ଏଫ୍‌ ଯବାନ କୌଣସି ବିଶେଷ ସୂତ୍ରରୁ ଖବର ପାଇ ପଣସପୁଟ ପଂଚାୟତ ନିକଟସ୍ଥ ମାଟିଖାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ କରି ଏକ ଡ୍ରମରେ ପୋତା ହୋଇ ରଖାଯାଇଥିବା ବହୁ ପରିମାଣର ବୋମା ପ୍ରସ୍ତୁତରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି।

ସ୍ୱାଭିମାନ ଅଂଚଳରେ ପୁଲିସ ଓ ବିଏସ୍ଏ‌ଫ୍‌ ତରଫରୁ ପେଟ୍ରୋଲିଂ କଡାକଡି କରାଯାଉ ଥିବାରୁ ପୂର୍ବ ଭଳି ସେଠାରେ ଆଉ ମାଓବାଦୀ ଚଳ ପ୍ରଚଳ କରିପାରୁନାହାନ୍ତି ଏବଂ ଗ୍ରାମବାସୀ ମଧ୍ୟ ମାଓବାଦୀଙ୍କୁ ସମର୍ଥନ ଦେଉନାହାନ୍ତି । ଫଳରେ ମାଓବାଦୀ ନିଜ ଅସ୍ତ୍ରଶସ୍ତ୍ର, ବୋମା, ବୋମା ପ୍ରସ୍ତୁତରେ ବ୍ୟବହୃତ ସାମଗ୍ରୀ ଜଙ୍ଗଲରେ ଲୁଚାଇ ଆତ୍ମଗୋପନ କରିଥିବା ଅନୁମାନ କରାଯାଉଛି । ନିକଟରେ ପଣସଫୁଟ ପଂଚାୟତର ହାଣ୍ଡିଖାଲ ଜଙ୍ଗଲରୁ ସ୍ଥାନୀୟ ବିଏସ୍‌ଏଫ୍‌ ଏକ ଅଫୁଟା ବୋମା ସହିତ ବହୁ ମାଓ ସାମଗ୍ରୀ ଜବତ ଜବତ କରିବାରେ ସଫଳ ହୋଇଥିଲେ ।

ସମ୍ବନ୍ଧିତ ଖବର