କୋରାପୁଟ: ବ୍ୟାପକ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି କୋରାପୁଟ ପୁଲିସ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି କୋରାପୁଟ ଏସ୍ପିଙ୍କ ନିର୍ଦେଶ କ୍ରମେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରୁ ଏହି ମାଓ ସାମଗ୍ରୀ ଜବତ ହୋଇଛି। ସର୍ଚ୍ଚ ଅପରେସନରେ ଡିଭିଏଫ୍ ଯବାନ ଓ ବୋମା ନିଷ୍କ୍ରିୟକାରୀ ଟିମ୍ର ସଦସ୍ୟମାନେ ସାମିଲ ଥିଲେ। ସେମାନଙ୍କର ମିଳିତ ଅପରେସନ ଦ୍ୱାରା ୫ ବଣ୍ଡଲ ତାର, ୧୫ଟି ୱାକିଟକି, ୧୦୦ଟି ଡେଟନେଟର, ୩ଟି ଷ୍ଟିଲ କଣ୍ଟେନର ଜବତ ହୋଇଛି ।
ଓଡ଼ିଶା-ଆନ୍ଧ୍ର ସୀମାରେ ବ୍ୟାପକ ମାଓ ସାମଗ୍ରୀ ଜବତ
/sambad/media/post_attachments/wp-content/uploads/2023/03/405877a0-4b36-4433-bf00-617f2eb4a0f6.jpg)