ମାଓନେତ୍ରୀ ଅରୁଣାଙ୍କ ଅଡିଓ ଟେପ୍‌, ଦୁର୍ବଳ ହୋଇନାହିଁ ମାଓ ସଂଗଠନ

ମାଲକାନଗିରି : ଇଷ୍ଟ ମାଲକାନଗିରି ଡିଭିଜନ ସଚିବ ଅରୁଣା ଆଜି ଗୋଟିଏ ଅଡିଓ ଟେପ୍ ଜାରି କରିଛନ୍ତି। ସେଥିରେ ସେ ଆନ୍ଧ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେହିପରି ମାଲକାନଗିରି ଜିଲ୍ଲାରେ ନକ୍ସଲ ଦୁର୍ବଳ ହୋଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ବି ଖଣ୍ଡନ କରିଛନ୍ତି। ଲଗାତାର ନକ୍ସଲ ଆତ୍ମସମର୍ପଣ କରାଯାଉଥିବା ନେଇ ପୁଲିସ୍‌ ଏବଂ ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହାକୁ ସେ ମିଥ୍ୟା ବୋଲି କହିଛନ୍ତି। କିଛି ମାତ୍ରାରେ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏହାକୁ ସଂଗଠନ ସ୍ବୀକାର କରୁଥିବା ଏହି ଅଡିଓ ଟେପରେ ଶୁଣିବାକୁ ମିଳିଛି।

ଅଡିଓଟେପ୍‌ରେ ଅରୁଣା କହିଛନ୍ତି, ଆନ୍ଧ୍ରପ୍ରଦେଶରେ ଜଗମୋହନ ରେଡ୍ଡି ପୂର୍ବରୁ ଲୋକଙ୍କ ପ୍ରତି ଯେଉଁ ଦରଦ ଦେଖାଉଥିଲେ କ୍ଷମତାକୁ ଆସିବା ପରେ ଆଉ ତାହା ଦେଖିବାକୁ ମିଳୁନାହିଁ। ଲୋକଙ୍କ ପାଇଁ ସରକାର କଫି ଗଛ ଲଗାଇ ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ ନକରି ନିଜେ ଲାଭବାନ ହେଉଛନ୍ତି। ସେହିପରି ଜଳ, ଜଂଗଲ ଜମି ସେମାନଙ୍କ ଅଧିକାର। ଜଂଗଲ ଜମି ପଟ୍ଟା ପ୍ରଦାନ କରିବା ସରକାରଙ୍କ ଦାୟିତ୍ବ। ତେଣୁ ଏଥିରୁ ଆଦିବାସୀଙ୍କୁ କେହି ହଟାଇ ପାରିବ ନାହିଁ।

ଆନ୍ଧ୍ର ,ଓଡିଶା ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ସେ ଅନେକ କଥା ଏହି ଅଡିଓ ଟେପରେ କହିଛନ୍ତି। ପୁଲିସର ମିଥ୍ୟା ଏନକାଉଣ୍ଟର, ଗିରଫ, ଜେଲରେ ଭର୍ତ୍ତି କରିବା ଘଟଣାକୁ ବି ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର