ମାଲକାନଗିରି: ଗତକାଲି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଏବଂ ତେଲେଙ୍ଗାନା ସୀମାରେ ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ମାଓ ନେତା ହିଡମାର ମୃତ୍ୟୁ ନେଇ ଗୁଜବ କରିଥିଲା ପୁଲିସ। କିନ୍ତୁ ଆଜି ମାଓ ସଂଗଠନର ଦକ୍ଷିଣ ବସ୍ତର ଡିଭିଜନ କମିଟି ତରଫରୁ ପ୍ରେସ ବିଜ୍ଞପ୍ତିରେ ସଚିବ ଗଙ୍ଗା ସ୍ପଷ୍ଟିକରଣ ଦେଇଛନ୍ତି। ପ୍ରେସ ବିଜ୍ଞପ୍ତରେ ମାଓ ସଚିବ ଗଙ୍ଗା କହିଛନ୍ତି ଯେ ଗତକାଲି ଦିନ ୧୧ଟା ବେଳେ ବସ୍ତର ଡିଭିଜନର ପାମେଡ ଅଂଚଳର ମଡକନଗୁଡା, ମେଟ୍ଟାଗୁଡା, ସାକିଲେର, ବେଟ୍ଟୋତଙ୍ଗ, ମଡପାଦୁଲେଡ, କନ୍ନେମକାର, ପୋଟ୍ଟେମାଙ୍ଗୁମ, ବୋତ୍ତଲଙ୍ଗା ଭଳି ଗ୍ରାମରେ ଏବଂ ଜଂଗଲରେ ତେଲେଙ୍ଗାନା ଏବଂ ଛତିଶଗଡ଼ ପୁଲିସ ଲଗାତାର ହେଲିକେପ୍ଟର ଏବଂ ଡ୍ରୋନ ସାହାଯ୍ୟରେ ବୋମା ବର୍ଷଣ କରିଥିଲେ।

Advertisment

ପ୍ରକାଶ ଥାଉକି ଗତବର୍ଷ ଏପ୍ରିଲ ୧୫ ତାରିଖରେ ମଧ୍ୟ ଛତିଶଗଡ ପୁଲିସ ଡ୍ରୋନ ଏବଂ ହେଲିକେପ୍ଟର ଯୋଗେ ବୋମା ବର୍ଷଣ କରିଥିଲା। ତେବେ ଏହାର ଉଚିତ ଜବାବ ଦେଇଛି ପିଏଲଜିଏ। ପିଏଲଜିଏକୁ କ୍ଷତି ପହଞ୍ଚାଇବାକୁ ତେଲେଙ୍ଗାନା ଏବଂ ଛତିଶଗଡ ପୁଲିସ ଯେଉଁ ଯୋଜନା କରୁଛି ତାହା କେବେ ସଫଳ ହେବ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ନକ୍ସଲ ସଂଗଠନକୁ ଦମନ କରିବା ପାଇଁ ଯେଉଁ ଆକାଶ ମାର୍ଗରେ ହମଲା କରିବାକୁ ନିର୍ଦେଶ ଦେଇଛନ୍ତି, ତାହାକୁ ପିଏଲଜିଏ ନଷ୍ଟ କରିବ।

୨୦୨୪ ଲୋକସଭା ପୂର୍ବରୁ ଅମତ ସାହା ନକ୍ସଲ ସଂଗଠନକୁ ମୂଳତ୍ପାଟନ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ଯାହା କେବେ ମଧ୍ୟ ସମ୍ଭବ ନୁହେଁ। ଛତିଶଗଡ଼ର ଆଦିବାସୀ ବିରୋଧ କଂଗ୍ରେସ ସରକାର ବିରୋଧରେ ସ୍ବରୋତ୍ତଳନ କରନ୍ତୁ ବୋଲି ମାଓ ସଂଗଠନ ପ୍ରେସ ବିଜ୍ଞପ୍ତିରେ ଆହ୍ବାନ କରିଛି। ଏହି ଭୀଷଣ ବୋମା ମାଡରେ ଲୋକେ ଭୟଭିତ ଅଛନ୍ତି। ନିଜ ଜମିକୁ ଯାଇ ପାରୁନାହାନ୍ତି। ଏବେ ଜମିରେ ଧାନ ରହିଥିବା ବେଳେ ଖୋଳାଗୁଡ଼ିକରେ ମଧ୍ୟ ଧାନ ଜମା ହୋଇ ରହିଛି। ଆମ ପାର୍ଟି ସମସ୍ତ ଜନତାଙ୍କୁ ଆହ୍ବାନ କରୁଛି ଯେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କର ଏହି ଆଦିବାସୀ ଦମନ ନୀତି ବିରୋଧରେ ଲଢେଇ କରନ୍ତୁ। ତେବେ ହିଡମା ମରିବା ଘଟଣାକୁ ପୁଲିସ ମିଥ୍ୟା ପ୍ରଚାର କରି ପ୍ରଶଂସା ସାଉଁଟୁଛି। ହିଡମା ଏହି ଗୁଳିବିନିମୟରେ ବର୍ତ୍ତିଯାଇଛନ୍ତି। ସେ ସଂପୂର୍ଣ୍ଣ ରୂପେ ଠିକ ଅଛନ୍ତି।