ଛତିଶଗଡ଼ର ଦନ୍ତେଓ୍ୱାଡାରୁ ଦୁର୍ଦ୍ଦାନ୍ତ ମାଓନେତା କୋସା ଗିରଫ

ଡିଡି ନ୍ୟୁଜର କ୍ୟାମେରାମ୍ୟାନକୁ ହତ୍ୟା କରିଥିବା ନକ୍ସଲ ଧରାପଡ଼ିଲା, ୫ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ଛତିଶଗଡ଼ର ଦନ୍ତେଓ୍ୱାଡା ପୁଲିସକୁ ମିଳିଛି ବଡ଼ ସଫଳତା। ଗତ ବିଧାନସଭା ନିର୍ବାଚନ ସମୟରେ ଦନ୍ତେଵାଡା ଜିଲ୍ଲାର ନୀଲବାୟା ଗ୍ରାମ ଜଂଗଲରେ ସଶସ୍ତ୍ର ମାଓବାଦୀ ଡିଡି ନ୍ୟୁଜ୍‌ର ଜଣେ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ଏବଂ ୫ ଜଣ ଯବାନଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ ସଂପୃକ୍ତ ଥିବା ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି । ଏହି ଘଟଣାରେ ଜଡ଼ିତ ଥିବା ଅନ୍ୟ ୫ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେହିପରି ଅରଣପୁର ଅଂଚଳରେ ପୁଲିସ କୋସା ନାମକ ଜଣେ ମାଓବାଦୀଙ୍କୁ ଗିରଫ କରିଛି । ମାଓବାଦୀ କୋସା ନାମରେ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ନୀଲାବାୟ ଘଟଣା ସହ ଆହୁରି ୧୨ଟି ମାମଲାରେ କୋସା ସଂପୃକ୍ତ ଥିବା ପୁଲିସ କହିଛି । ଗିରଫ ମାଓବାଦୀ କୋସାକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି । ଅନ୍ୟପକ୍ଷରେ ମାଓବାଦୀଙ୍କ ନିର୍ଯାତନା ଓ ଭେଦଭାବକୁ ସହ୍ୟ କରିନପାରି ଅନ୍ୟ ୫ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମ ସମର୍ପଣକାରୀ ମାଓବାଦୀଙ୍କୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର