ମାଲକାନଗିରି : ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଦିନେ କୋକୁଆ ଭୟ ସୃଷ୍ଟି କରିଥିବା ମାଓ ନେତା ନବୀନଙ୍କୁ ସଂଗଠନରୁ ବହିଷ୍କୃତ କରାଯାଇଛି। ସ୍ବାଭିମାନ ଅଂଚଳରେ ମାଓ ବିରୋଧୀ କାର୍ଯ୍ୟ, ମହିଳାଙ୍କୁ ନିର୍ଯାତନା, ଗରିବ ତଥା ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ଆଦି ଅଭିଯୋଗରେ ମାଓ ସଂଗଠନ ଏଭଳି ନିଷ୍ପତ୍ତି ନେଇଛି। ଏହି ସଂପର୍କରେ ଆନ୍ଧ୍ର-ଓଡ଼ିଶା ସ୍ବତନ୍ତ୍ର ବୋର୍ଡର ଜୋନାଲ କମିଟି ମୁଖ୍ୟ ଗଣେଶ ଏକ ପ୍ରେସ ଇସ୍ତାହାରରେ ନବୀନଙ୍କୁ ସଂଗଠନରୁ ବିତାଡ଼ିତ କରାଯାଇଥିବା ଗଣମାଧ୍ୟମକୁ ଜଣାଇଛନ୍ତି। ତେଲୁଗୁ ଭାଷାରେ ଗଣମାଧ୍ୟମକୁ ଲିଖିତ ପତ୍ରରେ ନବୀନଙ୍କ କଳା କାରନାମା ସଂପର୍କରେ ଗଣେଶ ବଖାଣିଛନ୍ତି। ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରେ ନବୀନ ଦୀର୍ଘ ଦିନ ଧରି ମାଓ ସଂଗଠନରେ କାର୍ଯ୍ୟ କରି ଆସୁଥିଲେ। ସରକାର ତାଙ୍କ ନାମରେ ୧୦ଲକ୍ଷ ଟଂକାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି। ତେବେ ନବୀନ ଏବେ କେଉଁଠି ଅଛନ୍ତି ତାହା କାହାରିକୁ ଜଣାନାହିଁ। ନିକଟ ଭବିଷ୍ୟତରେ ସେ ଆତ୍ମସମର୍ପଣ କରିପାରିନ୍ତି ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ନବୀନ ବହୁ ହିଂସାରେ ଜଡ଼ିତ ଏବଂ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା ବୋଲି ଜଣାପଡ଼ିଛି।
ମାଓ ନେତା ନବୀନ ବହିଷ୍କୃତ
/sambad/media/post_attachments/wp-content/uploads/2019/07/naxa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)