ପରିବେଶ ପ୍ରେମ ଲାଗି ଚର୍ଚ୍ଚାରେ ମାଓ କମାଣ୍ଡର ଅର୍ଜ୍ଜୁନ

ମାଓ କମାଣ୍ଡର ଅର୍ଜ୍ଜୁନଙ୍କ ପରିବେଶ ପ୍ରେମ ଏବେ ଖୁବ୍  ଚର୍ଚ୍ଚାରେ। ମାଓ କମାଣ୍ଡର ଅର୍ଜୁନ୍ ଗତ ୨ ମାସ ତଳେ ପୋଲିସ ନିକଟରେ ଆତ୍ମ ସର୍ମପଣ କରିଥିଲେ ।  ସମାଜର ମୁଖ୍ୟ ସୋତ୍ରରେ ସେ ସାମିଲ ହେବା ପରେ ଏବେ ସମାଜ ପାଇଁ ବୃକ୍ଷରୋପଣର ବାର୍ତ୍ତା ଦେଇଛନ୍ତି । ଗତକାଲି ଥିଲା ବିଶ୍ୱ ପରିବେଶ ଦିବସ।

ଏହି ଅବସରରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଏକ କାର୍ଯ୍ୟକ୍ରମ ।ଏଥିରେ ମଂଚରେ ଉପସ୍ଥିତ ରହି ସମସ୍ତଙ୍କୁ ଜଙ୍ଗଲ ଜମି ନଷ୍ଟ ନ କରି ଏଥିରେ ବୃକ୍ଷ ରୋପଣ ଜରିଆରେ ପରିବେଶକୁ ରକ୍ଷା କରିବାକୁ ସେ ବାର୍ତ୍ତା ଦେଇଥିଲେ । ୨୦୧୪ ମସିହାଠାରୁ ସେ ସୁକୁମା ଜିଲ୍ଲା ଦୋରାନାପାଲ ଅଂଚଳରେ ସକ୍ରିୟ ରହି ଛୋଟ ବଡ ଅନେକ ହିଂସାରେ ସମ୍ପୃକ୍ତ ଥିଲେ । ହେଲେ ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପରେ , ଅର୍ଜୁନଙ୍କର ଏହି ଉଦ୍ୟମକୁ ସଭିଏଁ ପ୍ରଶଂସା କରିଛନ୍ତି ।

ସମ୍ବନ୍ଧିତ ଖବର