ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ସେଣ୍ଟ୍ରାଲ କମିଟି ମେମ୍ବର ତଥା ତେଲେଙ୍ଗାନା ଷ୍ଟେଟ ସେକ୍ରେଟାରୀ ହରିଭୂଷଣର ପତ୍ନୀ ଜାଜାରୀ ସାମ୍ମାକା ଅରଫ ସାରଦା ଆତ୍ମସମର୍ପଣ କରିଛି।ତେଲେଙ୍ଗାନାର ଡିଜିପି ନିକଟରେ ସାରଦା ଆତ୍ମସମର୍ପଣ କରିଛି। ୧୯୯୪ ମସିହାରେ ସାରଦା ହରିଭୂଷଣର ନେତୃତ୍ବରେ ମାତ୍ର ୧୮ ବର୍ଷ ବୟସରେ ମାଓବାଦୀ ପାର୍ଟିରେ ଯୋଗ ଦେଇଥିଲା।ପରେ ସେ ୧୯୯୫ ମସିହାରେ ହରିଭୂଷଣକୁ ବାହା ହୋଇ ପାର୍ଟି ମେମ୍ବର ହୋଇଥିଲା। ପାଣ୍ଡାବା ଦଲମରେ ୧୯୯୬ ପର୍ଯ୍ୟନ୍ତ କାମ କରିଥିଲା।ପରେ ସେ କିନେରା ଦଲମରେ ୧୯୯୭ ମସିହା ଠାରୁ ୧୯୯୮ ମସିହା ପର୍ଯ୍ୟନ୍ତ କମିଟି ମେମ୍ବର ଭାବେ କାର୍ଯ୍ୟ କରିଛି। ତାପରେ ସେ ଉତ୍ତର ତେଲେଙ୍ଗାନା ସ୍ପେଶାଲ ଜୋନାଲ କମିଟି ଭାବେ ୧୯୯୯ ଠାରୁ ୨୦୦୦ ପର୍ଯ୍ୟନ୍ତ ପ୍ଲାଟୁନ ମେମ୍ବର ଭାବେ କାମ କରିଛି।
ପ୍ଲାଟୁନ ନମ୍ବର ୬ରେ କାମ କରିବା ପରେ ସେ ପଦନ୍ନୋତି ପାଇ ଏସିଏମ ହୋଇଥିଲା। ୨୦୦୫ ମସିହାରୁ ୨୦୦୮ ପର୍ଯ୍ୟନ୍ତ ସେ ଚେରଲା ଏଲଓସି କମାଣ୍ଡର ଭାବେ କାମ କରିଛି। ୨୦୦୮ ମସିହା ଜୁଲାଇ ୨୭ ତାରିଖ ଦିନ ଵାରଙ୍ଗଲ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା। ପୁଣି ୨୦୧୧ ମସିହା ନଭେମ୍ବର ୧୦ ତାରିଖରେ ପୁଣି ସେ ମାଓବାଦୀ ପାର୍ଟିରେ ଯୋଗ ଦେଇଥିଲା।ସ୍ବାମୀ ହରିଭୂଷଣ ସହ ରହି କାମ ଆରମ୍ଭ କରିଥିଲା। ୨୦୧୬ ପର୍ଯ୍ୟନ୍ତ ସେ ସ୍ବାମୀଙ୍କ ସହ ରହି କାମ କଲା। ଚେରଲା ସାବରୀ ଏସିରେ ସେ ଡିସିଏମ ଭାବେ କାମ କରିଛି।
ସ୍ବାମୀ ହରିଭୂଷଣର ମୃତ୍ୟୁ ପରେ ସେ ଭାଙ୍ଗି ପଡିଥିଲା। ବର୍ତ୍ତମାନ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଛି।ପେଟ ବ୍ୟଥା, ଅଣ୍ଟା ବ୍ୟଥା, ଆଖି ଦେଖାନଯିବା ଭଳି ଗୁରୁତର ରୋଗରେ ସେ ପୀଡିତ ରହିଛି।ମାଓବାଦୀ ପାର୍ଟିକୁ ଆଉ ସେ ବିଶ୍ବାସକୁ ନେଲା ନାହିଁ। ସ୍ବାମୀ ମରିବା ପରେ ସେ ଲଗାତାର ପୁଲିସର ଗୁଳିରୁ ବର୍ତ୍ତିଯାଇଛି। ପାର୍ଟିରେ ରହି ସେ ବହୁ କଷ୍ଟ ପାଇଥିବା କହିଛି। ବର୍ତ୍ତମାନ ସରକାରଙ୍କର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଚାଲୁଥିବା ବେଳେ ଆଉ ପାର୍ଟିରେ ରହି ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଠକି ହେବ ନାହିଁ ବୋଲି ଭାବିଲା। ଆଉ ପାର୍ଟିରେ ରହି ଆଗକୁ କାମ କରିବା କଷ୍ଟ ହୋଇପଡୁଥିବା ବେଳେ ନିଜକୁ ମୁଖ୍ୟସ୍ରୋତରେ ସାମିଲ ହୋଇ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରିବ।
ଗତ ୨୫ ବର୍ଷ ଧରି ମାଓବାଦୀ ପାର୍ଟିରେ କାମ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଭଳି କୌଣସି ଲୋକଙ୍କୁ ସହଯୋଗ କରିପାରିନାହିଁ। ସରକାରଙ୍କ ତରଫରୁ ୫ ଲକ୍ଷ ଟଂକା ପ୍ରଦାନ କରାଯିବା ସହ ଚଳିବା ପାଇଁ ୫ ହଜାର ଟଂକା ପ୍ରଦାନ କରିଯାଇଛି। ଅନ୍ୟ ମାଓବାଦୀମାନଙ୍କୁ ମଧ୍ୟ ସେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଅନୁରୋଧ କରିଛି। ସରକାରଙ୍କ ତରଫରୁ ସାରଦାଙ୍କୁ ସମସ୍ତ ସହଯୋଗ କରାଯିବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ତାଲିମ ମଧ୍ୟ ପ୍ରଦାନ କରାଯିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Mkg-Mao-Netri-Sarada-surrender.jpg)