ସିଆରପିଏଫ୍‌ କ୍ୟାମ୍ପ୍‌କୁ ମାଓଙ୍କ ବିରୋଧ

ତୁମୁଡ଼ିବନ୍ଧ,: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅଧୀନ କୂର୍ତ୍ତମଗଡ଼ ନିକଟ ଇମାନୁଏଲ୍ ନଗର ଛକରେ ଆଜି ମାଓ ପୋଷ୍ଟର୍ ଦେଖିବାକୁ ମିଳିଛି। ନିଜର ଉପସ୍ଥିତି ଜାହିର୍‌ କରିଥିବାବେଳେ ସିଆର୍‌ପିଏଫ୍‌ କ୍ୟାମ୍ପ୍‌କୁ ବିରୋଧ କରିଛନ୍ତି। କେକେବିଏନ ମାଓ ସଂଗଠନ ଏହି ପୋଷ୍ଟର୍‌ ମାରିଛି। ଏଥିରେ ପିଏଲଜିଏ ସପ୍ତାହ ଅବସରରେ ପିଏଲଜିଏରେ ଯୋଗ ଦେବାକୁ ଯୁବକ ଯୁବତୀ ମାନଙ୍କୁ ଆହ୍ବାନ୍ ଦିଆଯାଇଛି। ସେହିପରି କନ୍ଧମାଳ ଜିଲ୍ଲାର ୧୨୦ ସ୍କୁଲ ବନ୍ଦ ଓ ୧୭୦ ଗାଁ ଲୋକେ କାମ ଅନ୍ବେଷଣରେ ଭିଟାମାଟି ଛାଡ଼ିଥିବାବେଳେ ଫିରିଙ୍ଗିଆ ବ୍ଲକ୍ କୋଟପଙ୍ଗା ଠାରେ ସିଆରପିଏଫ୍ କ୍ୟାମ୍ପ  କ’ଣ ପାଇଁ, ବୋଲି ପ୍ରଶ୍ନ କରାଯାଇଛି। ଏଥିସହିତ, ଜିଲ୍ଲାର ବିଭିନ୍ନ ସ୍ଥାନରେ ସିଆରପିଏଫ୍ କ୍ୟାମ୍ପକୁ ମଧ୍ୟ ଏହି ମାଓ ସଙ୍ଗଠନ ବିରୋଧ କରିଛି। ତେବେ, ଏହି ପୋଷ୍ଟର୍ ପୁଲିସ ନଜରକୁ ଆସିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇ ନଥିବାରୁ ଲୋକେ ଭୟଭୀତ ଅଛନ୍ତି।

ସୂଚନାଯୋଗ୍ୟ ଯେ, କନ୍ଧମାଳରେ ମାଓପ୍ରବଣ ଇଲାକାରେ କମ୍ବିଂ ଅପରେସନ୍ ଜାରି ରହିଛି। ପୁଲିସ ଗୁଳିରେ ମାଓବାଦୀ ନିହତ ମଧ୍ୟ ହେଉଛନ୍ତି। ତଥାପି ମାଓବାଦୀ ପଛକୁ ହଟୁନାହାନ୍ତି। କ୍ୟାମ୍ପ୍ କରି ବଡ଼ଧରଣର ହିଂସା ଘଟାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ପୋଷ୍ଟର୍‌ ମାରି ଉପସ୍ଥିତି ଜାହିର୍‌ କରିବା ଏହାର ଏକ ଜ୍ବଳନ୍ତ ଉଦାହରଣ।

ସମ୍ବନ୍ଧିତ ଖବର