ଦାରିଙ୍ଗବାଡିରେ ମାଓ ପୋଷ୍ଟର, ବ୍ୟାନର୍ : ନିର୍ବାଚନକୁ ବିରୋଧ

ଦାରିଙ୍ଗବାଡ଼ି : ଦାରିଙ୍ଗବାଡି  ବ୍ଳକ ଅନ୍ତର୍ଗତ କନ୍ଦିବାନ୍ଦା ଠାରେ ନିର୍ବାଚନକୁ ବିରୋଧ କରି ମାଓବାଦୀ ପୋଷ୍ଟର ଓ ବ୍ୟାନର୍ ଲଗାଯାଇଥିବା ଦେଖିବାକୁ ମିଳିଛି। ଏଥିସହିତ, କନ୍ଧମାଳ ଜିଲ୍ଲାରେ ମାଓବାଦୀ ସେମାନଙ୍କ ସ୍ଥିତି ଜାହିର୍ କରିଛନ୍ତି। ଓଡିଶା ରାଜ୍ୟ କମିଟି ସିପିଆଇ ମାଓବାଦୀ ପକ୍ଷରୁ ନିର୍ବାଚନକୁ ବିରୋଧ କରି ଏହି ପୋଷ୍ଟର ଲଗାଯାଇଛି। ‘ମିଛୁଆ ଲୋକସଭା, ବିଧାନସଭା  ନିର୍ବାଚନ ବର୍ଜନ କରନ୍ତୁ। ଭୋଟ ମାଗିବାକୁ ଆସୁଥିବା ସଂସଦୀୟ ପ୍ରାର୍ଥୀଙ୍କୁ ଜନଅଦାଲତ କାଠଗଡ଼ା ଠିଆ କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି।

ଆଗକୁ ନିର୍ବାଚନ ଥିବା ବେଳେ ମାଓବାଦୀଙ୍କ ଏଭଳି ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପ୍ରଶାସନ ନିରପେକ୍ଷ ଓ ନିର୍ଭୀକ ଭାବରେ ମତଦାନ ପାଇଁ ସଚେତନ କରୁଥିବା ବେଳେ ଆଦିବାସୀ ଅଞ୍ଚଳରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର ଭୟଭୀତ କରୁଥିବା ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର