ଗୁଡ଼ାରିରେ ମାଓ ପୋଷ୍ଟର, ୨୭ଜଣଙ୍କୁ ପ୍ରଜାକୋର୍ଟରେ ହାଜର ଚେତାବନୀ

ରାୟଗଡ଼ା: ଗୁଡ଼ାରି ବ୍ରିଜ ନିକଟରେ ପୋଷ୍ଟର ଲଗାଇ ମାଓବାଦୀମାନେ ସେମାନଙ୍କର ଉପସ୍ଥିତି ଜାହିର କରିଛନ୍ତି। ସିପିଆଇ ମାଓବାଦୀ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ ପକ୍ଷରୁ ଲାଗିଥିବା ପୋଷ୍ଟରରେ ୨୭ ଜଣଙ୍କୁ ପ୍ରଜାକୋର୍ଟରେ ହାଜର ପାଇଁ ଚେତାବନୀ ଦିଆଯାଇଛି। ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଆତ୍ମସମର୍ପଣ ନ କଲେ ପ୍ରଜାକୋର୍ଟରେ ଦଣ୍ଡ ଦେବାକୁ ମାଓବାଦୀ ଚେତାବନୀ ଦେଇଛନ୍ତି।

ଗୁଡ଼ାରି ଓ ଆଖପାଖ ଅଞ୍ଚଳର ଏହି ବ୍ୟକ୍ତିମାନେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ପୁଲିସକୁ ସୂଚନା ଦେଉଥିବାରୁ ମାଓବାଦୀ ପୋଷ୍ଟରରେ ସେମାନଙ୍କ ନାମ ଉଲ୍ଲେଖ କରିଛନ୍ତି। ସକାଳେ ସ୍ଥାନୀୟ ଲୋକ ମାଓ ପୋଷ୍ଟର ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଗୁଡ଼ାରି ପୁଲିସ ବ୍ରିଜ ନିକଟରେ ପହଞ୍ଚି ଯାଞ୍ଚ କରିବା ପରେ ମାଓ ପୋଷ୍ଟରକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ୩ ବର୍ଷର ବ୍ୟବଧାନ ପରେ ଗୁଡ଼ାରିରେ ପୁଣି ମାଓବାଦୀଙ୍କ ଗତିବିଧି ଦେଖା ଦେଇଛି। ମାଓ ପୋଷ୍ଟର ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର