କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ନିୟମଗି ପାହାଡ଼ ଅନ୍ତର୍ଗତ ମାଓ ପ୍ରବଣ ପାର୍ସାଲି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଗଣତନ୍ତ୍ରକୁ ବିରୋଧ କରି ମାଓ ପୋଷ୍ଚର ଲଗାଯାଇଥିବାର ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଚରଗୁଡ଼ିକରେ ଉଲ୍ଲେଖି ହୋଇଛି ଯେ ଭାରତର ଆଇନକୁ ବ୍ରିଟିସ ଆଇନ ଓ କଳା ଆଇନ ବନାଇ ଲୋକଙ୍କୁ ଦମନ କରାଯାଉଛି।
ଏଥିରେ ଆହୁରି କୁହାଯାଇଛି, ଫମ୍ପା ଗଣତନ୍ତ୍ର କେବଳ ଧନୀଙ୍କ ପାଇଁ ହୋଇଥିବା ବେଳେ ଗରିବଙ୍କ ପାଇଁ ନୁହେଁ। ଜାନୁଆରି ୨୬କୁ କଳା ଦିବସ ପାଳନ କରିବାପାଇଁ ଆହ୍ବାନ ଦେଇଛନ୍ତି ମାଓବାଦୀ। ତଥାକଥିତ ଗଣତନ୍ତ୍ର ନାଁରେ ଦେଶରେ ଚାଲୁଥିବା ଫାସିବାଦୀ ଶାସନକୁ ବିରୋଧ କରନ୍ତୁ। । ଡଙ୍ଗରିଆ ଭାଇ ଭଉଣୀ , ଆନ୍ଦୋଳନ ବିରୋଧୀ ଷଡ଼ଯନ୍ତ୍ରକାରୀ ଓପିଲିପି ସଂସ୍ଥାକୁ ମାରି ଖେଦନ୍ତୁ। ଓପିଲିପି ସଂସ୍ଥା କାହିଁକି ? ସରକାର ବିକାଶ କାମ କଲେ ହେବ। ଓପଲିପି ସଂସ୍ଥାକୁ ଲିଭିଙ୍ଗଫାର୍ମ, ମିୟୁହପ, ଓଟିଇଏଲପି ସଂସ୍ଥାର କମ୍ପାନିର ଏଜେଣ୍ଟ ଭାବେ କାମ କରୁଛନ୍ତି ଏମାନଙ୍କୁ ବିରୋଧ କରନ୍ତୁ ।
ନିରୀହ ଡଙ୍ଗରିଆଙ୍କୁ ଭକୁଆ ବନାଇ ମିଠାମିଠା କଥା କହି ଜଳ, ଜଙ୍ଗଲ ଓ ଇଜ୍ଜତକୁ ରକ୍ଷା କରି ଆନ୍ଦୋଳନ କରନ୍ତୁ। ଏଭଳି ଠକାମିର ଶିକାର ନ ହୋଇ ଆନ୍ଦୋଳନ କରିବା ପାଇଁ ନିବେଦନ କରିଛି ସିପିଆଇ ମାଓବାଦୀ ବାଘୁନା ଡିଭିଜନ ମାରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।