ଭବାନୀପାଟଣା : ଯୁଗସାଇ ପାଟଣାରେ ମାଓ ପୋଷ୍ଟର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍‌ ଯୁଗସାଇ ପାଟଣାରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ନୂତନ ପ୍ରସ୍ତାବିତ ସିଆର୍‌ପିଏଫ କ୍ୟାମ୍ପକୁ ବିରୋଧ କରିବା, ଯୁବକଙ୍କୁ ପୁଲିସ୍‌ ଇନଫର୍ମର ବନାଇବା, କଳାହାଣ୍ଡିର ଖଣିଜ ସମ୍ପଦକୁ କମ୍ପାନି ହାତରେ ଟେକିଦେବାକୁ ପ୍ରତିବାଦ କରାଯାଇଛି। ସିପିଆଇ ମାଓବାଦୀ କଳାହାଣ୍ଡି ଏରିଆ କମିଟି ପକ୍ଷରୁ ଏହି ପ୍ରତିବାଦଗୁଡ଼ିକ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଗଛରେ ଲାଗିଥିବା ବ୍ୟାନ୍‌ର ଓ ପୋଷ୍ଟରକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିଲା।

ସମ୍ବନ୍ଧିତ ଖବର