ଦୁର୍ଗାପାଙ୍ଗାରେ ମାଓ ପୋଷ୍ଟର

କୋଟଗଡ : କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଦୁର୍ଗାପାଙ୍ଗା ଗ୍ରାମ ପ˚ଚାୟତ ସେବାଶ୍ରମ ସ୍କୁଲ ନିକଟସ୍ଥ ଗଛ ଗୁଡ଼ିକରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର ା କିଛିଦିନର ନିରବତା ପରେ ଲାଲ୍‌ ବାହିନୀ ଦୁର୍ଗମ ଅ˚ଚଳରେ ପୁଣି ନିଜ ସ୍ଥିତି ଜାହିର କରିବା ଆରମ୍ଭ କରିଥିିବା ଆଭାସ ମିଳିଛି। ‌ଆଉ ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ା ପେ‌ାଷ୍ଟରରେ ହାତଲେଖା ବଦଳରେ ଡିଟିପି କରାଯାଇଛି। ଭାରତର କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ଓଡିଶା ରାଜ୍ୟ କମିଟିର ନାମରେ ମରାଯାଇଥିବା ଏହି ପୋଷ୍ଟରରେ ଗେରୁଆ ଆତଙ୍କବାଦୀ ସ˚ଘ ପରିବାରର ତାଣ୍ତବଲୀଳା ବିରୋଧରେ ଡିସେମ୍ବର ୬ ରୁ ୧୨ ପର୍ଯ୍ୟନ୍ତ ପ୍ରତିଶୋଧ ସପ୍ତାହ ପାଳନ କରିବା, ବ୍ରାହ୍ମଣ ଓ ହିନ୍ଦୁତ୍ବବାଦୀ ଫାଶୀବାଦ ବିରୋଧରେ ଏକଜୁଟ ହୋଇ ସ˚ଗ୍ରାମ, ଆର‌୍‌ଏସ୍‌ଏସ୍‌, ଭିଏଚ୍‌ପି ବଜରଙ୍ଗ ଦଳ ସ˚ଘ ପରିବାରର କାର୍ଯ୍ୟକଳାପର ପ୍ରତିବାଦ ଓ କୋଟା ପଦ୍ଧତି ଉଠାଇବାକୁ ଏଥିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର