ମାଓଗଡ଼ରେ ପୁଣି ମାଓ ବିରୋଧୀ ପୋଷ୍ଟର

ପିଏଲଜି ସପ୍ତାହକୁ ବିରୋଧ

ବାଲିଗୁଡା : ବାଲିଗୁଡା ଥାନା ଖମନଖୋଲ ପ˚ଚାୟତର ନକ୍ସଲଗଡ ରାଇପାଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି ମାଓ ବିରୋଧୀ ପୋଷ୍ଟର।

ମାଓବାଦୀଙ୍କ ପିଏଲଜି ସପ୍ତାହ ପାଳନକୁ ବିରୋଧ କରି ଏହି ପୋଷ୍ଟର ଲଗାଯାଇଛି । ପୂର୍ବରୁ ମଧ୍ୟ ଏପରି ଥ‌େର ପୋଷ୍ଟର ଲାଗିଥିବା ‌ପୋଷ୍ଟରରେ ଏଥର ମାଓବାଦୀଙ୍କୁ ପିଏଲଜି ସପ୍ତାହରେ ଜନତାଙ୍କ ତରଫରୁ ଚପଲ ଉପହାର ବୋଲି ଉଲ୍ଲେଖ କରାଯାଇଛି। ‘ମାଓବାଦୀ ସାବଧାନ ହୋଇଯାଅ। ଯଦି ଏହାପରେ ଆଉ ପିଏଲ୍‌ଜି ସପ୍ତାହ ପାଳନ କରିବାକୁ ଇଚ୍ଛା ହୁଏ ତେବେ ଏହାଠାରୁ ବଡ଼ ଉପହାର ତୁମକୁ ଦିଆଯିବ। ମାଓବାଦୀ ତୁମ ପିଏଲଜି ସପ୍ତାହ ଆଉ ଚଳିବ ନାହିଁ।

କନ୍ଧମାଳ ଜିଲ୍ଲା ମାଓଙ୍କ ପୈତୃକ ସମ୍ପତ୍ତି ନୁହେଁ, ଯେତେବେଳେ ପାରିବ ସେତେବେଳେ ପୋଷ୍ଟର ମାରି ଜିଲ୍ଲା ବନ୍ଦ ଆହ୍ବାନ ଦେବ। ଆଦିବାସୀ ବିକାଶ ବିରୋଧୀ ମାଓଙ୍କ ପିଏଲ୍‌ଜି ବାହିନୀ କନ୍ଧମାଳରେ ଆଉ ଚଳିବ ନାହିଁ କି ଆମେ ଏହାକୁ ଆଉ କନ୍ଧମାଳରେ ଚଳିବାକୁ ଦେବୁ ନାହିଁ’ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର