ସ୍ୱାଭିମାନ ଅଞ୍ଚଳରେ ମାଓ ପୋଷ୍ଟର : ୧୪ତମ ପ୍ରତିଷ୍ଠା ଦିବସ ପାଇଁ ଆହ୍ଵାନ

ମାଲକାନଗିରି :ମାଓବାଦୀ ସଂଗଠନ ଆସନ୍ତାକାଲି ୧୪ତମ ପ୍ରତିଷ୍ଠା ଦିବସ ପାଳନ କରିବ ବୋଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ପୋଷ୍ଟର ମାରିଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ, ତେଲେଙ୍ଗାନା ଓ ଆନ୍ଧ୍ର ସୀମାବର୍ତ୍ତୀ ଜଂଗଲରେ ନକ୍ସଲ ପ୍ରତିଷ୍ଠା ଦିବସ ପାଳନ କରିବେ। ତେଣୁ ପୁଲିସ, ବିଏସଏଫ, ସିଆରପିଏଫ, କୋବ୍ରା ଯବାନ ଏହି ଅଂଚଳରେ ଅପରେସନକୁ ଜୋରଦାର କରିଛନ୍ତି। ନକ୍ସଲଙ୍କ ଏହି ଦିବସ ପାଳନକୁ ନେଇ ମାଲକାନଗିରିରେ ହାଇ ଆଲର୍ଟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର