ଫୁଲବାଣୀ : ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ କନ୍ଧମାଳରେ ମାଓବାଦୀ ସେମାନଙ୍କ ସ୍ଥିତି ଜାହିର କରିବାରେ ଲାଗିଛନ୍ତି। ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ଯୋଜନା କରିବା ସହ ଭୋଟ ବର୍ଜନ ପାଇଁ ପୋଷ୍ଟର ମାଧ୍ୟମରେ ଆହ୍ବାନ୍ ଦେଉଥିବା ଘଟଣା ସାମ୍ନାକୁ ଆସିଛି। ବିଶେଷକରି ଦୁର୍ଗମ ଓ ଅପହଞ୍ଚ ଜଙ୍ଗଲ ଇଲାକାରେ କ୍ୟାମ୍ପ କରି ମାଓବାଦୀ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଆହ୍ବାନ୍ ଦେଉଥିବା ଦେଖିବାକୁ ମିଳୁଛି।

Advertisment

ଅନ୍ୟପକ୍ଷରେ ପୁଲିସ ପହଞ୍ଚି ପୋଷ୍ଟର ଜବତ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଭୟଭୀତ ନ ହେବା ପାଇଁ ପୁଲିସ ପକ୍ଷରୁ ସଚେତନ କରାଯାଇଛି। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ପୁଲିସ ସଜାଗ ରହିଥିବା ସହ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ନେଇ ଜଣେ ଅଧିକାରୀ କହିଛନ୍ତି। ତେବେ ନିର୍ବାଚନ ସମୟରେ କୌଣସି ଅଘଟଣ ଭିଆଇବାକୁ ମାଓବାଦୀ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଏଦିଗରେ ପୁଲିସ ପ୍ରଶାସନ ଏଦିଗରେ ତ୍ବରିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।