ଯୋଡ଼ା: କେନ୍ଦୁଝର ଜିଲ୍ଲା ୫୨୦ ନମ୍ବର ଜାତୀୟ ରଜପଥର ଯୋଡ଼ା ରଣାଶାଳ ଘାଟି ନିକଟରେ ଆଜି ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି। ଏଥିରେ ସରକାରଙ୍କ ନିୟମ କାନୁନ ନ ମାନିବା ପାଇଁ ଲୋକଙ୍କୁ ଆହ୍ଵାନ ଦିଆଯାଇଛି। ଏହି ମାଓ ପୋଷ୍ଟରକୁ ନେଇ ଖଣି ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି। ଏକ ଧଳା କପଡ଼ାରେ ଭାରତ ପବ୍ଲିକ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ) ବୋଲି ଲେଖାଯାଇଛି। ଏଥିରେ ମାଓ ସଂଗଠନର ନିଜସ୍ଵ ଆଇନ ରହିଛି। ନିଜସ୍ଵ ଢଙ୍ଗରେ ଏହି ସଂଗଠନ କାମ କରିଥାଏ। ସରକାରଙ୍କ ତିଆରି କୌଣସି ନିୟମକୁ ସେମାନେ ମାନନ୍ତି ନାହିଁ। ସରକାରଙ୍କ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

Advertisment

publive-image

ଶେଷରେ ଲାଲ ସଲାମ୍ ବୋଲି ଲେଖାଯାଇଛି। ଖବର ପାଇ ଯୋଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ପୋଷ୍ଟରକୁ ଜବତ କରିଛି। ଏ ସମ୍ପର୍କରେ ବଡ଼ବିଲ ଏସ୍‌ଡିପିଓ ସନ୍ତୋଷ ବାରିକଙ୍କୁ ପଚାରିବାରୁ, ଏହା ମାଓବାଦୀଙ୍କ କାର୍ଯ୍ୟକଳାପ ନୁହେଁ। କୌଣସି ବ୍ୟକ୍ତି ବାଚାଳାମି କରି ଏପରି କାମ କରିଛି। ଘଟଣାର ତଦନ୍ତ ଦାୟିତ୍ବ ଯୋଡ଼ା ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇଙ୍କୁ ଦିଆଯାଇଛି ବୋଲି ଏସ୍‌ଡିପିଓ କହିଛନ୍ତି।