କୋଟଗଡ଼ : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଓ ଥାନା ଯୋଡ଼ାବାଲି ପଞ୍ଚାୟତର ଏକାଧିକ ସ୍ଥାନରେ ଆଜି ମାଓବାଦୀଙ୍କ ହାତଲେଖା ପୋଷ୍ଟର୍ ମରାଯାଇଥିବା ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନ୍ ପକ୍ଷରୁ ଲାଗିଥିବା ପୋଷ୍ଟର୍ରେ ରଡିଗୁମା ଗ୍ରାମର ଗାଁସାଥୀ ରମେଶ ନାୟକ ଓ ପୁଲିସ ଇନଫର୍ମର ସନ୍ଦେହରେ ଅଡଙ୍ଗାମାଲ ଗ୍ରାମର ପିଟଡ଼୍ ମାଝିଙ୍କୁ ଚେତାବନୀ ଦିଆଯାଇଛି। ଲୋକଙ୍କୁ ଠକିଲେ ଓ ପୁଲିସ ଇନଫର୍ମର କାମ ନ ଛାଡ଼ିଲେ ଦଣ୍ଡ ମିଳିବ ବୋଲି ପୋଷ୍ଟର୍ରେ ଚେତାବନୀ ଦିଆଯାଇଛି। ଏହାସହ ଜନଅଦାଲତରେ ଆତ୍ମସମର୍ପଣ କରିବାକୁ ତାଗିଦ୍ କରାଯାଇଛି। ତେବେ କିଛିଦିନର ବିରତି ପରେ ମାଓବାଦୀଙ୍କ ପୋଷ୍ଟର୍କୁ ଦେଖି ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ଦେଖିବାକୁ ମିଳିଛି।
ଯୋଡ଼ାବାଲି ପଞ୍ଚାୟତ ରଡ଼ିଗୁମା ଉପସ୍ବାସ୍ଥ୍ୟକେନ୍ଦ୍ର, ଆରୋଗ୍ୟ ପ୍ଲସ୍ ଛକ, ସିନାଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ କାନ୍ଥ ଓ ମନେରେଗା କାର୍ଯ୍ୟର ସୂଚନାଫଳକରେ ଏସମସ୍ତ ପୋଷ୍ଟର୍ ମରାଯାଇଥିଲା। ରଡ଼ିଗୁମାର ଗାଁସାଥୀ ରମେଶ ନାୟକଙ୍କୁ ବିଜେଡିର କୁଜିନେତା, ଠକ ଠିକାଦାର, ଦୁର୍ନୀତିଖୋର ଓ ପୁଲିସର ଖବରଦାତା ବୋଲି ଏଥିରେ ଦର୍ଶାଯାଇଛି। ଜନବିରୋଧୀ ଓ ବିପ୍ଳବୀ ବିରୋଧୀ କାମ କରୁଥିବାରୁ ଏଥିରେ ମାସକ ମଧ୍ୟରେ ବିରତ ନରହିଲେ ଜନଅଦାଲତରେ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ସେହିଭଳି ଅନ୍ୟ ଏକ ପୋଷ୍ଟର୍ରେ ପିଟଡ ମାଝି ମାଓବାଦୀ ବିଷୟରେ ସୂଚନା ପୁଲିସକୁ ଦେଉଥିବାରୁ ତୁରନ୍ତ ସ୍ଥାନ ଛାଡ଼ିବାକୁ କୁହାଯାଇଛି। ନଚେତ୍ ଜନ ଅଦାଲତାରେ ମୃତ୍ୟୁଦଣ୍ଡ ମିଳିବ ବୋଲି ଉଲ୍ଲେଖ କରାଯାଇଛି। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2022/07/39-18.jpg)
ଗତ ଏପ୍ରିଲ୍ ୨୨ ତାରିଖରେ ମଧ୍ୟ ମାଓବାଦୀ କୋଟଗଡ଼ ଥାନା ବଣ୍ଡାପିପିଲିରେ ଗାଁରେ ମାଓବାଦୀମାନେ ପୋଷ୍ଟର୍ ଲଗାଇ ଅନୁରୂପ ଭାବେ ପୁଲିସ ଠିକାଦାର ଓ ପୁଲିସ ଇନଫର୍ମର ସନ୍ଦେହରେ କଡ଼ା ଚେତାବନୀ ଦେଇଥିଲେ। କିଛି ଦିନର ଅନ୍ତର ପରେ ପୁଣି ଆଜି ପୋଷ୍ଟର ଜରିଆରେ ଦୁଇଜଣଙ୍କୁ ଧମକ ଦେବା ଘଟଣା କୋଟଗଡ଼ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତିକୁ ଜାହିର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/37-18.jpg)