ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶିଳ୍ପାଞ୍ଚଳରେ ମାଓବାଦୀ ନାଁରେ କିଛି ସ୍ଥାନରେ ଲାଗିଥିବା ବ୍ୟାନର ଓ ପୋଷ୍ଟରକୁ ପୁଲିସ ଜବତ କରିଛି। ସ୍ଥାନୀୟ ଡି. କରଳ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ଗଛ ଓ କୁଚେଇପଦର ଏବଂ ସୋରିଷପଦର ଛକ ନିକଟରେ ମାଓବାଦୀ ନାଁରେ ବ୍ୟାନର ଓ ପୋଷ୍ଟର ଲଗାଯାଇଥିଲା। ପୁଲିସ ଓ କଂପାନିକୁ ସହଯୋଗ ନକରିବା ପାଇଁ ଏହି ବ୍ୟାନର ଓ ପୋଷ୍ଟରରେ ଉଲ୍ଲେଖ ରହିଛି। ଆଦିବାସୀଙ୍କୁ ଶୋଷଣ କରୁଥିବା ତଥା ଗୁଣ୍ଡାଗିରି କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଜଣାଇବା ପାଇଁ ଲାଲ ରଙ୍ଗ କପଡାରେ ଧଳା କାଳିରେ ଏହି ପୋଷ୍ଟର ଓ ବ୍ୟାନରରେ ଉଲ୍ଲେଖ ରହିଛି। ତେବେ ଏହା ମାଓ ବ୍ୟାନର ଓ ପୋଷ୍ଟର କି ନୁହେଁ ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ପୂର୍ବରୁ ଉତ୍କଳ ଆଲୁମିନା କଂପାନିର କିଛି ଅଧିକାରୀଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ଏଭଳି ଧମକପୂର୍ଣ୍ଣ ପୋଷ୍ଟର ମରାଯାଇଥିବା ନଜିର ରହିଛି। ଉତ୍କଳ ଆଲୁମିନା ନିଜ ପ୍ଲାଣ୍ଟ ସଂପ୍ରସାରଣ କରି ଦ୍ୱିତୀୟ ୟୁନିଟ୍ ପ୍ରତିଷ୍ଠା ନିମନ୍ତେ ଯୋଜନା ରଖିଛି। ଆଗାମୀ ଦିନରେ ଏହାକୁ ନେଇ ହେବାକୁ ଥିବା ପଲ୍ଲୀସଭାର ଜନଶୁଣାଣି ବୈଠକକୁ ଭଣ୍ଡୁର କରିବା ପାଇଁ ପ୍ରକଳ୍ପ ବିରୋଧୀଙ୍କ ଏହା ଏକ ଚାଲ ହୋଇଥାଇ ପାରେ ବୋଲି ମଧ୍ୟ ଅଞ୍ଚଳରେ ଚର୍ଚା ହେଉଛି। ସ୍ଥାନୀୟ ଅଞ୍ଚଳରେ ମାଓବାଦୀଙ୍କ ପ୍ରଭାବ ନଥିବା ବେଳେ ଏହା କୌଣସି ଖଳ ପ୍ରକୃତିର କାର୍ଯ୍ୟ ବୋଲି ପୁଲିସ କହିଛି।
କାଶୀପୁରରେ ମାଓ ବ୍ୟାନର
କଂପାନି ଓ ପୁଲିସକୁ ସହଯୋଗ ନକରିବାକୁ ଚେତାବନୀ
/sambad/media/post_attachments/wp-content/uploads/2017/11/poster.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)