ବଡ଼ଡୁରାଲରେ ମାଓ ପୋଷ୍ଟର

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଡଡୁରାଲ, ସାନଡୁରାଲ ସହଅଞ୍ଚଳରେ ପୋଷ୍ଟର ମାରି ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ଏଥିରେ ପୁଲିସ ଏବଂ ବିଏସଏଫକୁ ନକ୍ସଲଙ୍କ ସୂଚନା ଦେଉଥିବା ଇନଫର୍ମର ଜନତାଙ୍କ ସାମ୍ନାରେ କ୍ଷମା ମାଗିଲେ ଭଲ କଥା ନଚେତ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ । ଏହା ସହ ସଡକ ନିର୍ମାଣ କରୁଥିବା ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ନକ୍ସଲ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ବ୍ୟାନର ତଳେ ସିପିଆଇ ମାଓବାଦୀ ମାଲକାନଗିରି-କୋରାପୁଟ-ବିଶାଖପାଟଣା ବୋର୍ଡ ଡିଭିଜନ ବୋଲି ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର