ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ହେବାକୁଥିବା ତେଲନଦୀ ଓ ସତୀଘାଟ ପ୍ରକଳ୍ପକୁ ବରୋଧ କରି ଆଜି ମାଓବାଦୀମାନେ ସେଣ୍ଟ୍ରାଲ ନର୍ସରି ଏବଂ ଝରିଗାଁ-ଚନ୍ଦାହାଣ୍ଡି ରାସ୍ତାରେ ପୋଷ୍ଟର ମାଧ୍ୟମରେ ବିରୋଧ କରିଥିବା ଦେଖିବାକୁ ମିଳିଛି। ଖବର ପ୍ରସାର ହେବା ପରେ ଝରିଗାଁ ପୁଲିସ ସମସ୍ତ ପୋଷ୍ଟର ଗୁଡିକୁ ଜବତ କରିଥିବା ସୂଚନା ମିଳିଛି।

Advertisment

publive-image

ସୂଚନା ପ୍ରକାରେ ଝରିଗାଁ ବ୍ଲକ ତେଲନଦୀ ପଂଚାୟତରେ ପ୍ରଶାସନ ପକ୍ଷରୁ ତେଲନଦୀ ପ୍ରକଳ୍ପ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଉକ୍ତ ପ୍ରକଳ୍ପକୁ ତେଲନଦୀ ପଂଚାୟତ ସହ ସୀମାନ୍ତରେ ଥିବା ଉମରକୋଟ ଏବଂ ରାଇଘର ବ୍ଳକର କିଛି ପଂଚାୟତ ବାସୀ ବରୋଧ କରି ଆସୁଥିବା ବେଳେ ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ମେନପୁର ନୂଆପଡ଼ା ଡିଭିଜନାଲ କମିଟି ପକ୍ଷରୁ ପୋଷ୍ଟର ମାଧ୍ୟମରେ ବରୋଧ କରାଯାଇଛି।ସେହିପରି ଝରିଗାଁ ବ୍ଲକ ଚଚା ପଂଚାୟତ ଅନ୍ତର୍ଗତ ଗବାଗୁଡା ଗ୍ରାମ ନିକଟରେ ନିର୍ମାଣ ହେବାକୁଥିବା ସତୀଘାଟ ପ୍ରକଳ୍ପକୁ ମଧ୍ୟ ବିରୋଧ କରିଛନ୍ତି।