ଓଡ଼ିଶାରେ ମାଓ ମୁକାବିଲା ନେଇ ରଣନୀତି ସମୀକ୍ଷା କଲେ ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା

ଭୁବନେଶ୍ୱର: ମାଓ ମୁକାବିଲା ରଣନୀତି ନେଇ ଶନିବାର ଭୁବନେଶ୍ୱରରେ ଏକ  ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ ବିଜୟ କୁମାର ଅଧ୍ୟକ୍ଷତା କରିଛନ୍ତି। କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ  ମାଓ ଗତିବିଧି ନେଇ ଆଲୋଚନା ହେବା ପରେ ମାଓ ମୁକାବିଲା ଳାଗି କେନ୍ଦ୍ର ସରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି ବିଜୟ କୁମାର ସୂଚନା ଦେଇଛନ୍ତି । ଏଥିସହ ସେ କହିଛନ୍ତି ଯେ ମାଓ ଦମନ ଲାଗି  ଆନ୍ଧ୍ର-ଓଡ଼ିଶା ମଧ୍ୟରେ ସମନ୍ଵୟ ରଖି କାମ କରାଯିବ।

ବୈଠକରେ ସିଆରପିଏଫ ଡିଜି ଏ.ପି. ମାହେଶ୍ୱରୀ, ଓଡ଼ିଶା ଡିଜିପି ଅଭୟ, ସିଆରପିଏଫ୍‌ ସ୍ପେଶାଲ ଡିଜି କୁଲଦୀପ ସିଂହ, ବିଏସ୍‌ଏଫ ଏଡିଜି ଏସ୍‌.ଏଲ୍‌. ଥାଓସେସ୍‌, ଓଡ଼ିଶା ଗୁଇନ୍ଦା ନିର୍ଦ୍ଦେଶକ ଆର୍‌.କେ ଶର୍ମା ଓ ଆଇଜି (ଅପରେସନ୍‌) ଅମିତାଭ୍‌ ଠାକୁର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର