ଚଢ଼େଇପାହାଡ଼ ଜଙ୍ଗଲରେ ମାଓବାଦୀ!

ଗୋରୁମହିଷାଣୀ : ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚଢ଼େଇପାହାଡ଼ ଜଙ୍ଗଲରେ ମାଓବାଦୀ ବୁଲୁଥିବା ଜଣାପଡ଼ିଛି। ଏହାକୁ ନେଇ ଲୋକେ ଭୟଭୀତ ହୋଇଥିବା ବେଳେ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ବର୍ତମାନ ଥାନାରେ ଜଣେ ଥାନାଅଧିକାରୀ ଥିବା ବେଳେ ୪ ଜଣ ଏସ୍‌ଆଇ ଭିତରୁ ଜଣେ ବି ନାହାନ୍ତି। ଏଏସ୍‌ଆଇ ସଂଖ୍ୟା ମଧ୍ୟ ୪ ଥିବା ବେଳେ ବର୍ତମାନ ଏଠାରେ ଜଣେ ଅଛନ୍ତି। ସେହିପରି କ୍ରାଇମ୍‌ ହାବିଲଦାର ଜଣେ ରହିବା କଥା କିନ୍ତୁ ବର୍ତମାନ ଏଠି ଜଣେ ବି ନାହାନ୍ତି। ଏନେଇ ଉପରିସ୍ଥ ଅଧିକାରୀ ଜାଣି ମଧ୍ୟ ଅଜଣା ରହୁଛନ୍ତି। ଏତେ କମ୍‌ ସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ନେଇ ଲୋକଙ୍କୁ ସୁରକ୍ଷା ଦେବା ନେଇ ଥାନାଧିକାରୀ ଚିନ୍ତିତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର