ନୂଆପଡ଼ା: ପ୍ରଥମ ଥର ପାଇଁ ଏସ୍ଓଜି ଯବାନଙ୍କ ଗୁଳିରେ ନକ୍ସଲ ସଙ୍ଗଠନର ଟପ୍ କ୍ୟାଡର୍ ନେତା (କେନ୍ଦ୍ରୀୟ କମିଟି ସଦସ୍ୟ)ଙ୍କ ମୃତ୍ୟୁ ହୋଇଛି। ଏହା ଉଭୟ ଓଡ଼ିଶା ଓ ଛତିଶଗଡ଼ ପୁଲିସ ପାଇଁ ବଡ଼ ସଫଳତା ବୋଲି କହିଛନ୍ତି ନୂଆପଡ଼ା ଏସ୍ପି ଜିଆର୍ ରାଘବେନ୍ଦ୍ର। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ୧୯ ତାରିଖ ଦିନ କୁଲାରିଘାଟ ଜଙ୍ଗଲରେ ମାଓବାଦୀ ସଙ୍ଗଠନର ଇନ୍ଦାଗାଁ କମିଟି ଓ ଡିଜିଏମ୍ କମିଟିର ସଦସ୍ୟମାନେ ଥିବା ନେଇ ଖବର ମିଳିଥିଲା। ଓଡ଼ିଶାର ୩ଟି ଏସ୍ଓଜି ୟୁନିଟ୍, ଛତିଶଗଡ଼ ପୁଲିସର ପ୍ରଶିକ୍ଷିତ କମାଣ୍ଡୋ ୟୁନିଟ୍ ଓ ସିଆର୍ପିଏଫ୍ର କୋବ୍ରା ଯବାନଙ୍କ ପକ୍ଷରୁ ମିଳିତ
ଅପରେସନ ବେଳେ ଉଭୟ ପକ୍ଷରୁ ପ୍ରବଳ ଗୁଳି ବିନିମୟ ହୋଇଥିଲା। ସୋମବାର ଏସ୍ଓଜି ଯବାନଙ୍କ ଗୁଳିରେ ୨ ଜଣ ମାଓବାଦୀ ଟଳି ପଡ଼ିଥିଲେ। ଆଜି ପୁଣି ୧୨ ଜଣଙ୍କ ମୃତଦେହ ଛତିଶଗଡ଼ ପୁଲିସକୁ ଦିଆଯାଇଛି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ମାଓବାଦୀ ଅଛନ୍ତି। ହେଲେ ଛତିଶଗଡ଼ ପୁଲିସ କେତେଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛି, ସେ ଖବର ଆମପାଖରେ ନାହିଁ ବୋଲି ଏସ୍ପି କହିଛନ୍ତି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି। ଆସନ୍ତାକାଲି (ବୁଧବାର) ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ନୂଆପଡ଼ା ଗସ୍ତରେ ଆସୁଛନ୍ତି। ନୂଆପଡ଼ାଠାରେ ଉଭୟ ରାଜ୍ୟ ପୁଲିସକୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ଏବଂ ଏହା ପରେ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ରହିଛି ବୋଲି ସେ ସୂଚନା ଦେଇଛନ୍ତି।
ବଢ଼ିପାରେ ମୃତ୍ୟୁସଂଖ୍ୟା: ଏସ୍ପି, ଆଜି ନୂଆପଡ଼ା ଆସୁଛନ୍ତି ଡିଜିପି
ଯବାନଙ୍କ ସ୍ବତନ୍ତ୍ର ଭତ୍ତା ୨୫ ହଜାର ହେବ
/sambad/media/media_files/2025/01/22/yy2VLjfUVtjMsuSVjx7a.jpg)
ଭୁବନେଶ୍ବର: ଆଜି ସୁରକ୍ଷା ବାହିନୀଙ୍କ ମିଳିତ ଅଭିଯାନ ଦ୍ବାରା ୧୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏହି ଅଭିଯାନରେ ଓଡ଼ିଶା ପୁଲିସର ଏସ୍ଓଜି ଯବାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ଏଥି ପାଇଁ ସମସ୍ତ ଯବାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଯବାନଙ୍କୁ ମିଳୁଥିବା ସ୍ବତନ୍ତ୍ର ଭତ୍ତା (ରିସ୍କ ଆଲାଉନ୍ସ) ୮ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ ନକ୍ସଲ ବିରୋଧୀ ଅଭିଯାନ ଆହୁରି ବ୍ୟାପକ କରାଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/08/BGcAE6z2IzHViGRGek8z.jpg)