ଛତିଶଗଡ଼: ମାଓବାଦୀଙ୍କ ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକଙ୍କୁ ଜଙ୍ଗଲରେ ଦେଖିଲେ ଗୁଳି ମାରିବାକୁ ନିର୍ଦ୍ଦେଶ ଦିଆଯିବାର ଏକ ଅଡିଓ ଟେପ୍ ଚର୍ଚ୍ଚାର ପରିସରରେ ରହିଛି। ଏହି ଅଡିଓ ଟେପ୍ ଛତିଶଗଡ଼ ମାଓବାଦୀଙ୍କ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୩୦ ସେକେଣ୍ଡର ଏହି ଅଡିଓ ଟେପରେ ନକ୍ସଲଙ୍କ ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକଙ୍କୁ ଦେଖିଲେ ଗୁଳିକର ବୋଲି ଶୁଣିବାକୁ ମିଳିଛି । ଏହି ଅଡିଓ ଟେପ ଭାଇରାଲ ହେବା ପରେ ପୁଲିସ ଟେପକୁ ଜାଞ୍ଚ କରୁଛି।
ଉଲ୍ଲେଖଯୋଗ୍ୟ, ଜୁଲାଇ ୨୭ ତାରିଖରେ ଦକ୍ଷିଣ ବସ୍ତରର ୫ ଜଣ ସାମ୍ବାଦିକ ତେଲେଙ୍ଗାନା ସୀମାରେ ଥିବା ପାଞ୍ଚ ପାଣ୍ଡବ ପର୍ବତକୁ ଯାଇ ଖବର ସଂଗ୍ରହ କରିଥିଲେ, କିନ୍ତୁ ସେହି ସମୟରେ ତାଙ୍କୁ ମାରିଦେବାକୁ ଷଡଯନ୍ତ୍ର ହୋଇଥିଲା ବୋଲି ସାମ୍ବାଦିକ ଜଣକ କହିଛନ୍ତି । ଏହି ଖବର ସୁରକ୍ଷା କର୍ମୀଙ୍କ ନିକଟରେ ପହଞ୍ଚିବା ପରେ ୩୦ ତାରିଖରେ ଏହି ଅଡିଓ ଟେପ ଭାଇରାଲ ହୋଇଥିବା କୁହାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/maoist.jpg)