ଗଛ ପକାଇ ରାସ୍ତା ଅବରୋଧ କଲେ ମାଓବାଦୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ପୁଣି ସେମାନଙ୍କର ଦବଦବା ଜାହିର କରିଛନ୍ତି। କୋଟଗଡ଼ ଓ ତୁମୁଡ଼ିବନ୍ଧ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ମାଓବାଦୀମାନେ ଆହ୍ୱାନ ଦେଇଛନ୍ତି। ଏହା ସହ ସିଆରପିଏଫ କ୍ୟାମ୍ପ ନିର୍ମାଣକୁ ବିରୋଧ, ଗଞ୍ଜେଇ ଗଛ ନଷ୍ଟ ନ କରିବା, ପୁଲିସର ଦମନ ନୀତିକୁ ପୋଷ୍ଟରରେ ଲିଖିତ ଭାବେ ବିରୋଧ କରିଛନ୍ତି ମାଓବାଦୀ।

କୋଟଗଡ଼-ମୁନିଗୁଡ଼ା ରାସ୍ତାର ବଣ୍ଡା ପିପିଲି ନିକଟରେ ଗଛ ପକାଇ ମାଓବାଦୀମାନେ ରାସ୍ତା ଅବରୋଧ କରିଥିଲେ। ଏହାଦ୍ୱାରା କିଛି ସମୟ ପାଇଁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ସେପଟେ ମାଓବାଦୀ ପୋଷ୍ଟରକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର