ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଚାଲିଥିବା ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ପୁଣି ଏକ ଲଙ୍କାକାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଜିଲ୍ଲାର ନର୍ଲା ଥାନା ଅନ୍ତର୍ଗତ କଦମ୍ବଗୁଡ଼ା ନିକଟରେ ରାଜ୍ୟସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ କରାଯାଉଥିବା ରାସ୍ତାକାମରେ ନିୟୋଜିତ କଂକ୍ରିଟ ମିକ୍ସର ଓ ଟ୍ୟାଙ୍କରକୁ ଗତ ରାତିରେ ଜାଳି ଦିଆଯାଇଛି । ଏହି କାର୍ଯ୍ୟ ମାଓବାଦୀମାନେ ଭିଆଇଥିବା ପୁଲିସ ସନ୍ଦେହ କରୁଛି ।

Advertisment

publive-image

ମିଳିଥିବା ସୂଚନା ଅନୁସାରେ, ନିଆଁ ଲଗାଇ ଥିବା ଦୃର୍ବୁତ୍ତମାନେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କୁ ଅପହରଣ କରିନେଇ ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି । ମାଓବାଦୀମାନେ ବିଭିନ୍ନ ସମୟରେ ଉପାନ୍ତ ଅଞ୍ଚଳରେ କରାଯାଉଥିବା ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଏହିପରି କାଣ୍ଡ ଘଟାଇଥାଆନ୍ତି । ମାଓବାଦୀଙ୍କ ଏହି ପ୍ରକାର ହିଂସାତ୍ମକ କାର୍ଯ୍ୟପରେ ଏହି ରାସ୍ତାକାମ କରୁଥିବା ଠିକା ସଂସ୍ଥାର ଶ୍ରମିକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ବର୍ତ୍ତମାନ ସେମାନେ ଆବଶ୍ୟକୀୟ ସୁରକ୍ଷା ଯୋଗ ଦେବାକୁ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।