ବରଗଡ଼: ବରଗଡ଼ ଜିଲ୍ଲାର ପଦମପୁରରେ ଏନକାଉଣ୍ଟର। ପଦମପୁରର ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ଏସଓଜି ଓ ପୁଲିସର ମିଳିତ ଅପରେସନ ବେଳେ ଏହି ଏନକାଉଣ୍ଟର ହୋଇଛି। ପୁଲିସ-ମାଓବାଦୀ ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛି।
update odishaଘଟଣାସ୍ଥଳରୁ ମାରଣାସ୍ତ୍ର ସହ ଏକ-୪୭ ଜବତ ହୋଇଛି ବୋଲି ଡିଜିପି ଅଭୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ମୃତ ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ। ସବୁଠାରୁ ବଡ଼ କଥା ହେଉଛି ଜଣେ ମାଓବାଦୀଙ୍କ ଏକ-୪୭ ମିଳିବା ଏକ ଚର୍ଚ୍ଚା ଲାଗି ରହିଛି । ଏବେ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Police-Naxalite_Thumbnail.jpg)