ପୁଲିସ-ମାଓବାଦୀ ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ

ବରଗଡ଼: ବରଗଡ଼ ଜିଲ୍ଲାର ପଦମପୁରରେ ଏନକାଉଣ୍ଟର। ପଦମପୁରର ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ଏସଓଜି ଓ ପୁଲିସର ମିଳିତ ଅପରେସନ ବେଳେ ଏହି ଏନକାଉଣ୍ଟର ହୋଇଛି। ପୁଲିସ-ମାଓବାଦୀ ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛି।

update odisha

ଘଟଣାସ୍ଥଳରୁ ମାରଣାସ୍ତ୍ର ସହ ଏକ-୪୭ ଜବତ ହୋଇଛି ବୋଲି ଡିଜିପି ଅଭୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ମୃତ ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ। ସବୁଠାରୁ ବଡ଼ କଥା ହେଉଛି ଜଣେ ମାଓବାଦୀଙ୍କ ଏକ-୪୭ ମିଳିବା ଏକ ଚର୍ଚ୍ଚା ଲାଗି ରହିଛି । ଏବେ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସମ୍ବନ୍ଧିତ ଖବର