ନୂଆପଡ଼ା ଜିଲ୍ଲାରେ ପୁଣି ମାଓବାଦୀ ସକ୍ରିୟ : କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ

ରାଉରକେଲା :  ପିଏଲ୍‌ଏଫ୍‌ଆଇ କ୍ୟାମ୍ପରେ ଚଢ଼ଉ

ନୂଆପଡ଼ା : କିଛିଦିନର ନିରବତା ପରେ ନୂଆପଡ଼ା ଜିଲ୍ଲାରେ ପୁଣି ମାଓବାଦୀ ସଂଗଠନ ସକ୍ରିୟ ହୋଇଥିବା ଲକ୍ଷ୍ୟ କରାଯାଇଛି। ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀ ଠୁଳ ହେବା ଜାଣି ଯବାନମାନେ କଂମ୍ବି ଅପରେସନ୍‌ ଜୋର୍‌ଦାର୍‌ କରିଛନ୍ତି। ଏହି ସମୟରେ ଅଭୟାରଣ୍ୟରୁ ଏକ ମାଓ କ୍ୟାମ୍ପ ଠାବ କରାଯାଇଛି। ସେଠାରୁ ଦୁଇଟି ବନ୍ଧୁକ ଓ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି।

ନୂଆପଡ଼ା ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ କେ. ରାଜେଶଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ସୁନାବେଡ଼ା ଅଭୟାରଣ୍ୟର ବୋଡ଼େନ ଥାନା ଭଇଁଷାଦାନୀ ପଞ୍ଚାୟତ କାଠଫାର୍ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ରହିଥିବା ଖବର ପାଇ ନୂଆପଡ଼ା ସିଆର୍‌ପିଏଫ୍‌ ୨୧୬ ବାଟାଲିଅନ ଯବାନମାନେ କମ୍ବିଂ ଆରମ୍ଭ କରିଥିଲେ। ଏହି ସମୟରେ କାଠଫାର୍ ଓ ପାଟଦରା ଜଙ୍ଗଲର ପାହାଡ଼ ଉପରେ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲା।

ପିଏଲ୍‌ଏଫ୍‌ଆଇ କ୍ୟାମ୍ପରେ ଚଢ଼ଉ
ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଖୁଣ୍ଟି ନିକଟସ୍ଥ ମନମାରୁ ପାହାଡ଼ରେ ଚାଲିଥିବା ପିଏଲ୍‌ଏଫଆଇ କ୍ୟାମ୍ପ୍‌ରେ ସିଆର୍‌ପିଏଫ୍‌ ଯବାନ ଚଢ଼ଉ କରିଛନ୍ତି। ଫଳରେ ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ କ୍ୟାମ୍ପ୍‌ ଛାଡ଼ି ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରୁ ଯବାନମାନେ ଦୁଇଟି ମୋଟରବାଇକ୍, କିଛି ଅଫୁଟା ଗୁଳି, ମାଓ ପୋଷ୍ଟର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଜବତ କରିଛନ୍ତି।

ସମ୍ବନ୍ଧିତ ଖବର