ତେଲକୋଇ : ତେଲକୋଇ ପୁଲିସ ଆଜି କଳିଙ୍ଗନଗର ମାଓ ଡିଭିଜନ୍ ଏରିଆ କମାଣ୍ଡର ସୁନୀଲର ସହଯୋଗୀ ଶେଖର ଓରଫ ଦିବା ମୁଣ୍ଡା (୪୨)କୁ ଗିରଫ କରିଛି। ସୁନୀଲ ନିର୍ଦ୍ଦେଶରେ ୨୦୧୩ରେ କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ଦୈତାରୀ-ବାଂଶପାଣି ରେଳଲାଇନ୍କୁ ବିସ୍ଫୋରଣ କରି ଉଡ଼ାଇବା ଘଟଣାରେ ଶେଖର ସଂପୃକ୍ତ ଥିଲା। ସେବେ ଠାରୁ ଶେଖର ଫେରାର ଥିଲା। ଦୀର୍ଘ ୮ ବର୍ଷ ପରେ ତେଲକୋଇ ଥାନା ଅଧିକାରୀ ଅମିତାଭ ଦାସ ଚଢ଼ଉ କରି ତେଲକୋଇ ଥାନା କାଳିଆହତା ପଞ୍ଚାୟତ ଅନ୍ତର୍ଗତ ସାରୁପାଟ ଗ୍ରାମ ଖଣ୍ଡବନ୍ଧସ୍ଥିତ ଘରୁ ତାକୁ ଗିରଫ କରିଛନ୍ତି।
ମାଓ କମାଣ୍ଡର ସୁନୀଲର ସହଯୋଗୀ ଶେଖର ଗିରଫ
/sambad/media/post_attachments/wp-content/uploads/2021/06/arrest.jpeg)