ପୁଲିସ ନିକଟରେ ଆତ୍ମସମର୍ପଣ କଲେ ମାଓ ଦମ୍ପତି

ରାଉରକେଲା: ପୁଲିସ ନିକଟରେ ଆଜି ଏକ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଝାଡ଼ଖଣ୍ଡ ରାଜ୍ୟର ଗୋଇକେରା ଥାନା ଅନ୍ତର୍ଗତ କଦମଡିହି ପଞ୍ଚାୟତର ନୁଙ୍ଗୁଡି ଗ୍ରାମର ବଡ଼ରାମ କାୟମଙ୍କ ପୁଅ ରାଜୁ କାୟମ ଓରଫ ସମ୍ବର ଓ ତାଙ୍କର ସ୍ତ୍ରୀ ଅନିତା ମାର୍ଲା ଓରଫ କଳ୍ପନା ଆଜି ରାଉରକେଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ଲୋକାଭିମୁଖେ ଯୋଜନାରେ ଆକର୍ଷିତ ହୋଇ ମାଓବାଦୀ ସଂଗଠନ ଛାଡ଼ିଥିବା କହିଛନ୍ତି ରାଜୁ ଓ କଳ୍ପନା।

ରାଜୁ ୨୦୧୧ ମସିହାରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ। ମାଓବାଦୀ ସଂଗଠନରେ ଯୋଗଦେବା ପୂର୍ବରୁ ସେ ଦଶମ ଶ୍ରେଣୀର ଛାତ୍ର ଥିଲେ। ଛାତ୍ର ଥିବା ସମୟରେ ସେ ପରିବାରକୁ ଚାଷ କାମରେ ସହଯୋଗ କରୁଥିଲେ। ସେ ଜୟନ୍ତୀ ଓରଫ ରେଖାଙ୍କ ଅଧିନରେ ଏକ ବର୍ଷ ଯାଏ କାମ କରିଥିଲେ। ପରେ ସେ ସନ୍ଦୀପ ଓରଫ ଲଳିତ ଦା ଏବଂ ନିଲଭଙ୍କ ଅଧିନରେ ରହି କୋଲହାନ ଠାରେ ୨୦୧୨ରେ ତାଲିମ ନେଇଥିଲେ। ମାଓବାସୀ ସଂଗଠନରେ ଥିବା ବେଳେ ୨୦୧୩ରେ ଅନିତାଙ୍କୁ ବିବାହ କରିଥିଲେ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ତଥା କେ ବଳାଙ୍ଗ, କୋଇଡା, କିରିବୁରୁ ଓ ହନ୍ତାବୁରୁରେ ସେ କାମ କରିଥିଲେ। ଆର୍ଥିକ ସହାୟତାରୁ ବଞ୍ଚିତ ହେବା ପରେ ସେ ନିଜ ସ୍ତ୍ରୀ ଅନିତାଙ୍କ ସହ ୨୦୧୭ରେ ମାଓବାଦୀ ସଂଗଠନ ଛାଡ଼ିଥିଲେ।

ଅନିତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ନବମ। ସେ ଝାଡ଼ଖଣ୍ଡର ଚକ୍ରଧରପୁରରେ ପାଠପଢୁଥିଲେ। ସେ ମାଓବାଦୀ ସଂଗଠନରେ କାମ କରିବା ପରେ ରାଜୁର ସସ୍ପର୍ଶରେ ଆସିଥିଲେ। ରାଜୁଙ୍କୁ ବିବାହ କରିବା ପରେ ସେ ଅନେକଗୁଡ଼ିଏ ମାଓ ଉପଦ୍ରବ ଘଟଣା ସହିତ ଜଡ଼ିତ ଥିଲେ।

ସମ୍ବନ୍ଧିତ ଖବର