ଗଛକାଟି ରାସ୍ତା ଅବରୋଧ କରି ବନ୍ଦ ପାଳିଲେ ମାଓବାଦୀ

ରାୟଗଡ଼ା: କୋରାପୁଟ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ ଓ ମହାନଦୀ ବଞ୍ଚାଅ ଦାବିରେ ଆଜି ମାଓବାଦୀମାନେ ରାୟଗଡା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ଫୁଲବାଣୀ ଆଦି ୫ଟି ଜିଲ୍ଲାରେ ବନ୍ଦ ପାଳନ କରୁଛନ୍ତି । ମାଓବାଦୀମାନେ ରୟଗଡ଼ା ଜିଲ୍ଲା ମୁନିଗୁଡ଼ା ଠାରେ ଗଛ କାଟି ରାସ୍ତା ଅବରୋଧ କରିବା ସହିତ ପୋଷ୍ଟର ମାରି ବନ୍ଦକୁ ସମର୍ଥନ କରିବାକୁ ଆହ୍ଵାନ ଦେଇଛନ୍ତି। ଫଳରେ ରାୟଗଡ଼ା ଜିଲ୍ଲା ମୁନୀଗୁଡ଼ାରୁ କୋରାପୁଟ ଜିଲ୍ଲା ଭବାନୀପାଟଣାକୁ ଓ ମୁନୀଗୁଡ଼ାରୁ ଫୁଲପବାଣୀ ଜିଲ୍ଲା ବାଲିଗୁଡ଼ାକୁ ସଡ଼କ ଯୋଗାଯୋଗ ବନ୍ଧ ରହିଛବା ଯୋଗୁଁ କୌଣସି ଗାଡ଼ି ମୋଟର ଚଳାଚଳ ହେଉନାହିଁ। ସେହିପରି ଫୁଲବାଣୀର ବାଲିଗୁଡା ନିକଟରେ ମାଓବାଦୀ ପୋଷ୍ଟର ଲଗାଇଛନ୍ତ।
କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ପ୍ରତିବାଦରେ ୫ଟି ଜିଲ୍ଲାରେ ମାଓବାଦୀ ବନ୍ଦ ପାଳନ କରୁଛନ୍ତି । ଗତକାଲି ରାତିରେ ରାୟଗଡା ଜିଲ୍ଲା ମୁନିଗୁଡା ଅନ୍ତର୍ଗତ ଭୁର୍ଷିଖମରଠାରେ ମାଓବାଦୀ ରାସ୍ତା ଅବରୋଧ କରିବା ସହ ପୋଷ୍ଟର ମାରିଛନ୍ତି । ଫଳରେ ମୁନିଗୁଡା ଭବାନପାଟଣା ରାସ୍ତାରେ ଯାତାୟତ ବନ୍ଦ ରହିଛି । ସେହିପରି ଆଜିର ବନ୍ଦ ପାଳନକୁ ସଫଳ କରିବା ସହ ମହାନଦୀ ବଞ୍ଚାଇବାକୁ ଆହ୍ଵାନ ଦେଇ ବଂଶଧାରା ନାଗାବଳୀ ଘୁମୁସୁରୁ ଏରିଆ କମିଟି ପକ୍ଷରୁ ପୋଷ୍ଟର ମରାଯାଇଛି । ସେପଟେ ବନ୍ଦକୁ ଆଖି ଆଗରେ ରଖି ସରକାରୀ ବସ ଚଳାଚଳ ବନ୍ଦ ରହିଛି । ଅପରପକ୍ଷରେ ମାଓ ହିଂସା ଓ ଅଘଟଣକୁ ଏଡାଇବା ପାଇଁ ପୁଲିସ ସଜାଗ ରହିଛି।

ମାଓବାଦୀଙ୍କ ବନ୍ଦ ଡାକରା ଯୋଗୁଁ ରାସ୍ତାର ବିଭିନ୍ନ ସ୍ଥାନରେ ଶହଶହ ସଂଖାରେ ଗାଡ଼ିମେଶଟର ଅଟକି ରହିଛି। ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ଲୋକେ ନାହଇର୍ ନ ଥିବା ହଇରାଣ ହରକତ ହେଉଛନ୍ତି।

ସମ୍ବନ୍ଧିତ ଖବର