ମାଓବାଦୀ ଜାରି କଲେ ବୁର୍କାପାଲ୍‌ ଅପରେସନର ଡକ୍ୟୁମେଣ୍ଟାରି ଭିଡିଓ

ଭୁବନେଶ୍ୱର : ସୀମାନ୍ତ ଅଞ୍ଚଳରେ ଦିନକୁ ଦିନ ନକ୍ସଲଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏହାକୁ ଦମନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି। ତଥାପି ଦୁର୍ଗମ ଅଞ୍ଚଳରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇ ଚାଲିଛନ୍ତି। ବାରମ୍ବାର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରୁଥିବା ମାଓବାଦୀମାନେ ନିଜକୁ ସୁଦୃଢ଼ କରିବା ପାଇଁ ଜୋରଦାର୍‌ ପ୍ରୟାସ ଆରମ୍ଭ କରିଥିବା ବେଳେ ପ୍ରଥମ ଥର ପାଇଁ ମାଓବାଦୀ ଜାରି କରିଛନ୍ତି ଡକ୍ୟୁମେଣ୍ଟାରି ଭିଡିଓ।

ବୁର୍କାପାଲ ଏନକାଉଣ୍ଟରକୁ ୧ ବର୍ଷ ପୁରିବାକୁ ଥିବା ବେଳେ ଏହି ଭିଡିଓ ରିଲିଜ କରି ମାଓଶକ୍ତି ଦେଖାଇବାକୁ ପ୍ରୟାସ କରିଛି ଲାଲବାହିନୀ। ଭିଡିରେ ରହିଛି ବୁର୍କାପାଲ୍‌ ମାଓ ହମଲାର ସତ ଗରିଲା ଯୁଦ୍ଧରେ ମାହିର ପିଏଲଜିଏ କ୍ୟାଡରଙ୍କ ହାତରେ ଏକେ ୪୭ ବନ୍ଧୁକରୁ ତୁହାକୁ ତୁହା ଗୁଳିବର୍ଷଣ।

ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓ ଅପରେସନ୍‌ ଚାଲିଥିବା ବେଳେ ୨୫ ଜଣ ଯବାନଙ୍କ ଜୀବନ ନେଇଥିବା ଛତିଶଗଡ ବୁର୍କାପାଲ୍‌ ମାଓ ହମଲାର ପ୍ରମାଣ ଦେଇଛି ଲାଲବାହୀନି। ପୁରା ଅପରେସନକୁ ଡକ୍ୟୁମେଣ୍ଟାରି ଭିଡିଓ କରି ଜାରି କରିଛି ଲାଲବାହିନୀ। କେମିତି ମାଓବାଦୀଙ୍କ ଚକ୍ରବ୍ୟୁହରେ ଫସିଯାଇଥିଲେ ସିଆରପିଏଫ୍‌ ଯବାନ ଏବଂ ସଫଳ ହୋଇଥିଲା ଅପରେସନ, ସେସବୁ ରହିଛି ଏହି ଭିଡିଓରେ।

ମାଓ ଅପରେସନର ଟିକିନିଖି ଦୃଶ୍ୟ ରହିଛି ଡକ୍ୟୁମେଣ୍ଟାରି ଭିଡିଓରେ। ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିବା ଦୁଇ କମରେଡଙ୍କୁ ଶେଷ ସମ୍ମାନ ଦେଉଛି ଲାଲବାହୀନି। ଲାଲ ସଲାମରେ ଫାଟି ପଡୁଛି ଦଣ୍ଡକାରଣ୍ୟ। ଛତିଶଗଡ ସୁକମାର ବୁର୍କାପାଲରେ ମାଓବାଦୀ ଘଟାଇଥିବା ଏତେବଡ ହିଂସାକାଣ୍ଡ ପାଇଁ ମୋଦି ସରକାରଙ୍କ ମାଓ ବିରୋଧୀ ଦମନ ନୀତିକୁ ଦାୟୀ କରାଯାଇଛି। ବିଶେଷ କରି ଗ୍ରୀନ ହଂଟ୍‌ ଅପରେସନକୁ ବିରୋଧ କରି ରକ୍ତର ହୋଲି ଖେଳିଥିଲେ ମାଓବାଦୀ।

ସମ୍ବନ୍ଧିତ ଖବର