ମାଲକାନଗିରି: ପୁଲିସ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ନିହତ, ମାଓ ସାମଗ୍ରୀ ଜବତ

ମାଲକାନଗିରି: ପୁଲିସ ଏନ୍‌କାଉଣ୍ଟରରେ ଶନିବାର ଜଣେ ମାଓବାଦୀର ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ମହୁପଦର ଜଙ୍ଗଲରେ ଥିବା ତୁଳସୀ ପାହାଡରେ ମାଓବାଦୀ ଥିବା ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଅଚାନକ ଏନକାଉଣ୍ଟର କରିଥିଲା। ମାଓବାଦୀମାନେ ମଧ୍ୟ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ମାଓବାଦୀ ଏରା ଓରଫ ମାଧବ ନିହତ ହୋଇଛି ବୋଲି ଡିଭିଏଫ ଯବାନମାନେ ସୂଚନା ଦେଇଛନ୍ତି।

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ମାଲକାନଗିରି ମହୁପଦର ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ପୁଲିସକୁ ସୂଚନା ମିଳିଥିଲା। ଗୋଇନ୍ଦା ସୂତ୍ରରୁ ଖବର ପାଇଁ ଡିଭିଏଫ ଯବାନମାନେ ସର୍ଚ୍ଚ ଅପରେସନ ପାଇଁ ବାହାରିଥିଲେ। ଏହି ସମୟରେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା ବୋଲି ଡିଭିଏଫ୍‌ ଯବାନମାନେ କହିଛନ୍ତି। ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ଘଟଣାସ୍ଥଳରୁ ପୁଲିସକୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ମିଳିଛି। ସର୍ଚ୍ଚ ଅପରେସନ ଜାରି ରହିଛି।

ସମ୍ବନ୍ଧିତ ଖବର