ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍ର ଜରେଇକେଲା ପଞ୍ଚାୟତ ସୀମାନ୍ତ ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ପୁଣି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ନିଜର ଉପସ୍ଥିତି ଜାହିର କରିଛନ୍ତି। ବିସ୍ଫୋରଣରେ ଜଣେ ସିଆର୍ପିଏଫ୍ ଅଧିକାରୀଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ଏକ ସ୍ଥାନରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଏକ କଲଭର୍ଟ ମଧ୍ୟ ଉଡ଼ାଇ ଦେଇଛନ୍ତି। ଏହି ଦୁଇଟି ଘଟଣା ଶୁକ୍ରବାର ସନ୍ଧ୍ୟାରେ ଘଟିଛି। ସୂଚନା ଅନୁଯାୟୀ ଜିଲ୍ଲା ପୁଲିସ, ସିଆର୍ପିଏଫ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀ ସରଣ୍ଡାର ଜରେଇକେଲା ଥାନା ଅଧୀନ ସମଠା ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ଚଳାଇଥିଲେ। ଏହି ସମୟରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା।
ଏଥିରେ ସିଆର୍ପିଏଫ୍ ୬୦ ବାଟାଲିୟନର ଇନ୍ସପେକ୍ଟର କେ.କେ ମିଶ୍ରଙ୍କ ସହିତ ଏସ୍ଆଇ ରାମକୃଷ୍ଣ ଗାଗରାଇ ଓ କନେଷ୍ଟବଳ ଲସ୍କର କୁମାର ଗୁରୁତର ଆହତ ହୋଇଥିଲେ। ସୂଚନା ପାଇ ଝାଡ଼ଖଣ୍ଡ ସରକାରୀ ହସ୍ପିଟାଲର ଡାକ୍ତରୀଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କ ଚିକିତ୍ସା କରିଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ପଶ୍ଚିମ ସିଂହଭୂମି ପୁଲିସ ଏସ୍ପି ଅମିତ ରେଣୁ କହିଛନ୍ତି। ଆହତ ଏସ୍ଆଇ ରାମକୃଷ୍ଣ ଗାଗରାଇ ଖରସୁଆଁ ବିଧାୟକ କୃଷ୍ଣ ଗାଗରାଇଙ୍କ ଭାଇ ବୋଲି ଜଣାପଡ଼ିଛି। ଅନ୍ୟ ଏକ ବିସ୍ଫୋରଣରେ ମାଓବାଦୀ ଏକ କଲଭର୍ଟ (ପୋଲ)କୁ ଉଡ଼ାଇ ଦେଇଛନ୍ତି। ତେବେ ଏ ବାବଦରେ
ସରକାରୀ ଭାବେ କିଛି ସ୍ପଷ୍ଟ କରାଯାଇ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/11/ddagdgazcvv-2025-10-11-03-12-01.jpg)