କୋରାପୁଟ: ମାଓନେତା ଗଣେଶ ଏକ ଅଡିଓ ଜାରି କରିଛନ୍ତି। ସେଥିରେ ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟି ସଚିବ ଗଣେଶ ଅଡିଓ କହିଛନ୍ତି, ଆମର ଦୁଇ ସାଥୀଙ୍କୁ ପୁଲିସ ଗିରଫ କରିଛି। ଦୁଇ ଗୁରୁତର ମାଓବାଦୀଙ୍କୁ କୋରାପୁଟ କିମ୍ବା ମାଲକାନଗିରି ପୁଲିସ ଗିରଫ କରିଛନ୍ତି। ମାଲକାନଗିରି ସୀମାନ୍ତ ତଥା କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କାଠପଡା ପଞ୍ଚାୟତର ବଡବେତ ଗ୍ରାମରୁ ଦୁଇ ଜଣ ପାର୍ଟି ମେମ୍ବରକୁ ପୁଲିସ ଗିରଫ କରିଛି।
ଗିରଫ ମାଓବାଦୀ ଦ୍ବୟ ଆନ୍ଧ୍ର ଓଡ଼ିଶା ବର୍ଡରର ଜୋନାଲ କମିଟି ସଦସ୍ୟ ଅରୁଣ ଏବଂ କୁଡୁମୁଲୁଗୁମ୍ମା ଏରିଆ କମିଟି ମେମ୍ବର କିରଣ୍ ବୋଲି ଗଣେଶ ସୂଚନା ଦେଇଛନ୍ତି। ତୁରନ୍ତ ଦୁଇ ମାଓବାଦୀଙ୍କୁ କୋର୍ଟରେ ହାଜର କରିବାକୁ ଦାବି କରିଛନ୍ତି। ତେବେ ଏନେଇ ପୁଲିସ ପାଖରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Naxalite-Ganeshs-Audio-Released_Thumbnail.jpg)