ରାୟଗଡ଼ା କୋର୍ଟରେ ସବ୍ୟସାଚୀ ହାଜର

ରାୟଗଡ଼ା : ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜି ବ୍ରହ୍ମପୁର ଜେଲରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାୟଗଡା ଆଣି ସିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ୨୦୦୨ ମସିହାରେ ଭୁଜବଳ ନିକଟରେ ପୁଲିସ ଭ୍ୟାନକୁ ଲକ୍ଷ୍ୟ କରି ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟଣାରେ ଆଜି ଶୁଣାଣି କରାଯାଇଥିଲା। ତତ୍କାଳୀନ ଚାନ୍ଦିଲି ଏଏସଆଇ ଲଳିତ ମୋହନ ପଣ୍ଡା ମାନ୍ୟବର ସିଜେଏମଙ୍କ କୋର୍ଟରେ ବୟାନ ଦେଇଥିଲେ। ଏହାପରେ ପରବର୍ତ୍ତୀ ଶୁଣାଣି ଜୁନ ୨୫ ତାରିଖ ପାଇଁ ସ୍ଥିର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର