ମାଓ ନେତା ସବ୍ୟସାଚୀଙ୍କ ମାମଲାର ତ୍ବରିତ ଶୁଣାଣି ପାଇଁ ‌ନିର୍ଦ୍ଦେଶ

କଟକ : ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ବିରୋଧରେ ବାଲିଗୁଡା ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ଏକ ବର୍ଷ ମଧ୍ୟରେ ବିଚାର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନିର୍ମଳ କିଶୋର ରଥ ମାମଲା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ମାଓ ନେତା ସବ୍ୟସାଚୀଙ୍କ ବିରୋଧରେ ବାଲିଗୁଡା ଅତିରିକ୍ତ ଦୌରା ଜଜ୍ ଅଦାଲତରେ ମାମଲାର ଶୁଣାଣି ଚାଲିଥିବା ବେଳେ ବିଚାର ପ୍ରକ୍ରିୟାରେ ବିଳମ୍ବ ହେଉଥିବା ଦର୍ଶାଇ ସେ ହାଇକୋର୍ଟରେ ଆବେଦନ କରିଥିଲେ। ଚାରିଟି ମାମଲା‌ର ତ୍ବରିତ ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ସେ ହାଇକୋର୍ଟରେ ପୃଥକ ଭାବେ ଚାରିଟି ମାମଲା ରୁଜୁ କରିଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସବ୍ୟସାଚୀଙ୍କ ବିରୋଧରେ ୨୦୧୧ରେ ଦାରିଙ୍ଗିବାଡି ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ କୋଟଗଡ ଥାନା ଓ ବାମୁଣିଗାମ ଥାନାରେ ଗୋଟିଏ ଲେଖାଏ ମାମଲା ଦାୟର ହୋଇଥିଲା। ଏହି ସବୁ ମାମଲା ଏବେ ବାଲିଗୁଡା ଅଦାଲତରେ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର