କୋର୍ଟରେ ହାଜର ହେଲେ ସବ୍ୟସାଚୀ

ରାୟଗଡା : ମାଓନେତା ସଚ୍ୟସାଚୀ ପଣ୍ଡାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର ଜେଲରୁ ରାୟଗଡ଼ା ଅଣାଯାଇ ସ୍ଥାନୀୟ ସିଜେଏମ କୋର୍ଟରେ ହାଜର କରାଯାଇଥିଲା। ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟନାୟକଙ୍କ ସୂଚନା ଅନୁଯାୟୀ ୩ଟି ମକଦ୍ଦମାର ବିଚାରଣା ପାଇଁ କୋର୍ଟରେ ହାଜର କରାଯାଇଥିଲା। ଚାନ୍ଦିଲି ଥାନା ଲିଂଗାଗୁଡ଼ାରେ ହତ୍ୟା ଉଦ୍ୟମ ମାମଲା ଏବଂ ମିଟ୍‌ସ ନିକଟରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରି ସିଆରପିଏଫ ଭ୍ୟାନକୁ ଉଡ଼ାଇବା ଘଟଣାରେ ଆଜି ଚାର୍ଜ ଫ୍ରେମ ହୋଇଛି। ସେହିଭଳି ୨୦୦୨ ମସିହା କୋଲନରା ବ୍ଲକ ବଡ଼ଚମ୍ପି ଗାଁର ଦୀନବନ୍ଧୁ ତୁଳଙ୍କ ଘରେ ଡକାୟତି, ଘର ଓ ଟ୍ରାକ୍ଟର ପୋଡ଼ି ମାମଲାରେ କୋର୍ଟରେ ବୟାନ ରେକର୍ଡ କରାଯାଇଛି। ପରବର୍ତ୍ତୀ ଶୁଣାଣି ଡିସେମ୍ବର ୪,୫ ଓ ୬ ତାରିଖକୁୁ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର